ସଂଯୁକ୍ତ କୃଷକ ମଞ୍ଚର ଆନ୍ଦୋଳନକୁ ସମର୍ଥନ କରି ଆଜି ଅନୁଗୁଳ ଜିଲା କୃଷକ କ୍ଷେତ ମଜଦୂର ସଙ୍ଘ ପକ୍ଷରୁ ୩ଘଣ୍ଟିଆ ଚକା ଜାମ କରାଯାଇଛି। ସଂଘକୁ ବିଭିନ୍ନ ଶ୍ରମିକ ସଂଗଠନ ସମର୍ଥନ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ସଂଗଠନର ସଦସ୍ୟମାନେ ଏକ ଶୋଭାଯାତ୍ରା କରି ଷ୍ଟାଡିଅମ ପଡିଆ ଠାରୁ ବାହାରି ଥିଲେ। ଏହାପରେ ଥାନା ଛକ ନିକଟରେ ୫୫ନ ଜାତୀୟ ରାଜପଥ ଉପରେ ବସି ଚକା ଜାମ କରିଥିଲେ। ଆଇନ ଶୃଙ୍ଗଳା ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରା ଯାଇଥିଲା।ନୂତନ କୃଷି ଆଇନ ବିରୋଧରେ ଏହି ଆନ୍ଦୋଳା କରାଯାଇଛି । ଅନୁଗୋଳ ଠାରେ ହୋଇଥିବା ଚକା ଜାମ ଆନ୍ଦୋଳନ ରେ CITU ଶ୍ରମିକ ସଂଗଠନ ମଧ୍ୟ ସାମିଲ ହୋଇଥିଲା
ଅନୁଗୋଳ ରେ AIKKMS ର ଚକାଜାମ ଆନ୍ଦୋଳନ ।
