ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ। ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବି ଅନୁମୋଦନ କରିଛନ୍ତି। ଏହି ପଦବି ଗୁଡିକ ହେଲା- ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଲିଡିଂ ଫାୟାରମ୍ୟାନ୍, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବି । ଖୁବଶୀଘ୍ର ଏହି ପଦବି ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ବାରା ଏଠାକାର ଲୋକେ ଉପକୃତ ହେବେ।
Related Posts
ବିଶିଷ୍ଟ ଶିକ୍ଷାବିତ ଙ୍କ ଦେହାନ୍ତ ରେ ଶୋକ
ଅନୁଗୋଳ: ଅନୁଗୋଳ ସହର ର ଗୀତାଗ୍ରାମ ଗ୍ରାମ୍ୟ ସମିତି ପକ୍ଷରୁ ସ୍ବର୍ଗତ ନନ୍ଦ କିଶୋର ସାମନ୍ତ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗତ…
ବିଶ୍ଵ ସ୍ତରୀୟ ହେବ ଅନୁଗୋଳ ଜିନ୍ଦଲ ଷ୍ଟିଲ ପ୍ଳାଣ୍ଟ: କାରଖାନାର ସଂପ୍ରସାରଣ ପାଇଁ ଜନ ଶୁଣାଣୀ ସଫଳ
ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ ହେବ, ଯାହା ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା…
ଅନୁଗୋଳରେ ହେବ ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା।
ଅନୁଗୋଳ : ଅନୁଗୋଳ ରେ ପ୍ରଥମ କରି ଆୟୋଜିତ ହେବାକୁ ଯାଉଛି ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା । ଆସନ୍ତା 28ତାରିଖଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ…



