କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ.

ଅନୁଗୋଳ: କେନ୍ଦ୍ର ସରକାର ଙ୍କର କୌଶଳ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନ ଜନ ଶିକ୍ଷଣ ର ନିର୍ଦ୍ଦେଶକ  ସୌରୀ ରଞ୍ଜନ ପଣ୍ଡା ଙ୍କ ନେତୃତ୍ଵରେ ଆଠମଲ୍ଲିକ ର ଧଉରାପାଲି ସ୍ଥିତ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ନିଳୟ କୁମାରୀ ସାହୁ ଯୋଗ ଦେବା ସହ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ସୁଜାତା ବିଶ୍ଵାଳ ଉପସ୍ଥିତ ଥିଲେ।

Advertisement

ବିଦ୍ୟାଳୟ ଥିବା ପିଲା ଙ୍କୁ ଆଜି ର ଆନ୍ତର୍ଜାତୀୟ ବାଳିକା ଦିବସ କଣ ଆବଶ୍ୟକ ହୋଇଛି ଯାହା କି ଆମେ ପାଳନ କରିବା କୁ ପଡୁ ଅଛି,ଆଜି ସମୟ ରେ ମହିଳା ବା ଝିଅ ମାନେ ଦୁର୍ବଳ ଏହି ମାନସିକତା ପରିବର୍ତ୍ତନ ହୋଇଛି. ଆଜିର ସମୟ ରେ ଘର ର ରୋଷେଇ ରୁ ଘର ଭିତରୁ ବାହାରି ଆନ୍ତର୍ଜାତୀୟ ବିମାନ ଉଡ଼ାଇବା ଠୁ ବିଶ୍ଵ ସ୍ତରରେ ବିଭିନ୍ନ ପ୍ରକାର ମେଡାଲ ଜିତି ଦେଶ ର ନା ରଖୁ ଛନ୍ତି. ଦେଶ ବିଭିନ୍ନ ପ୍ରକାର ପ୍ରଗତି ପଥରେ ମଧ୍ଯ ଆଜି ର ନାରୀ ଅବଦାନ କମ୍ ନୁହଁ ନିଜର ମନ୍ତବ୍ୟ ରେ ମୁଖ୍ୟ ଅତିଥି ଶ୍ରୀମତି ସାହୁ କହି ଥିଲେ. ସେହି ପରି ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ସୁଜାତା ବିଶ୍ଵାଳ ଅନୁଗୁଳ ଜିଲ୍ଲା ରେ ପୁରୁଷ ଙ୍କ ଅନୁପାତ ରେ ଝିଅ ଙ୍କ ଅନୁପାତ ହାର 942 ଯାହା କି ରାଜ୍ଯ ସ୍ତର ରେ 16 ତମ ସ୍ଥାନ ରେ ଅନୁଗୁଳ ଜିଲା ଅଛି. ତଥାପି ଝିଅ ଙ୍କର ଶିକ୍ଷା ଅଭିବୃଦ୍ଧି, ନିଜର ଦକ୍ଷତା ବୃଦ୍ଧି , କ୍ଷମତା ଅଭିବୃଦ୍ଧି ପାଇଁ ଆଜି ଦେଶ ର ବିଭିନ୍ନ ବିଭାଗରେ ଝିଅ ମାନେ ନିଜର ସ୍ଥାନ ଅଧିକାର କରିଛନ୍ତି ଦେଶ ରାଷ୍ଟ୍ରପତି ଙ୍କ ଠୁ ଦେଶ ର ସାମରିକ ବିମାନ ର ଶକ୍ତି ପ୍ରଦର୍ଶନ କରିବା ରେ ମଧ୍ଯ ଆଜି ଆଗରେ ରହିଚି. ଦେଶ ର ବିଭିନ୍ନ ଉଞ୍ଚ ପଦ ରେ ମଧ୍ଯ ଦକ୍ଷତା ହିସାବ ରେ ଅଧିକାର କରିବା ସତ୍ତ୍ଵେ ଆଜି ବି ବାଲ୍ଯ ବିବାହ ରୋକା ଯାଇ ପାରୁ ନାହିଁ ଆଜି ବି ଯୌତୁକଜନିତ ନିର୍ଯାତନା ମାମଲା ଶୁଣିବା କୁ ମିଲୁଛି ଆଜି ବି କନ୍ୟା ଭୃଣହତ୍ୟା ବୃଦ୍ଧି ପାଇବା ଲାଗିଛି, ବିଭିନ୍ନ ପ୍ରକାର ନିର୍ଯାତନା ରେ ଆଜି ବି ଅବହେଳିତ ହେଉଛି .।

ଯାହା କି ଅନୁପାତ ଅନୁସାରେ ଯେଉଁ ବୃଦ୍ଧି କରିବା କଥା ଏଇ କାରଣ ପାଇଁ ହୋଇ ପାରୁ ନାହିଁ. ଏ ସବୁ କୁ ଆମେ ପରିବର୍ତ୍ତନ କରିବା କୁ ପଡ଼ିବ ବୋଲି ମୁଖ୍ୟ ବକ୍ତା ଶ୍ରୀମତୀ ବିଶ୍ଵାଳ ନିଜର ମନ୍ତବ୍ୟ ଦେବା ସହ କେନ୍ଦ୍ର ସରକାର ନେତୃତ୍ବରେ ଚାଲୁ ଥିବା ଜନ ଶିକ୍ଷଣ ସଂସ୍ଥାନ ର ସ୍ଵଳ୍ପ ସମୟ ପାଇଁ ହେଉ ପିଲା ମାନଙ୍କ ଦକ୍ଷତା ବୃଦ୍ଧି କରିବାର ଯେଉଁ ସବୁ ପ୍ରଶିକ୍ଷଣ ଶିବିର ଦିଆ ଯାଉଛି ତା ସହ ଏହି ପରି ସଚେତନତା ସୃଷ୍ଟି ପଦକ୍ଷେପ ପାଇଁ ପ୍ରଶସଂନୀୟ କରୁ ଅଛୁ.ଏଇ ଅବସର ବିଦ୍ୟାଳୟ ଅନ୍ତେବାସୀ ଙ୍କର ମଧ୍ଯ ରେ ବିଭିନ୍ନ ପ୍ରତିଯୋଗିତା କରିବା ସହ ବାଲ୍ଯ ବିବାହ ସଚେତନତା ଉପଲକ୍ଷେ ଏକ ଛୋଟ ନାଟକ ଅନୁଷ୍ଠିତ ହୋଇ ଥିଲା ଏଥିରେ ପ୍ରାୟ 180 ଜଣ ଅନ୍ତେବାସୀ ସହିତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ. ଶେଷ ରେ ଜେ ଏସ୍ ଏସ୍ ର ସହ କାର୍ଯ୍ୟକାରୀ ଅଧିକାରୀ ଚିତ୍ତ ରଞ୍ଜନ ସାମଲ ଧନ୍ଯବାଦ୍ ଅର୍ପଣ କରି ଥିଲେ.

Leave a Reply

Your email address will not be published. Required fields are marked *