ଅନୁଗୋଳର ପ୍ରଥମ ନିଜସ୍ୱ ସିଲଭର ଜୁଏଲେରୀ ଷ୍ଟୋର
ଅନୁଗୋଳ: ଚାନ୍ଦି ଉତ୍ସବ ପରିବାର ପକ୍ଷରୁ ଅନୁଗୋଳରେ ପ୍ରଥମ ନିଜସ୍ୱ ସିଲଭର ଜୁଏଲେରୀ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହାକୁ ଏସଜିବିଏଲ ଅଧ୍ୟକ୍ଷ ଶଙ୍କର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ I କଟକ ମାରୱାଡି ସମାଜର ସଭାପତି ସଞ୍ଜୟ ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ I

ଏହି ନୂତନ ଷ୍ଟୋର ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍, ଆଧୁନିକ ଫ୍ୟାସନ ଏବଂ ବିଭିନ୍ନ ପ୍ରକାରର ରୂପା ସାମଗ୍ରୀ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି ଅନୁଷ୍ଠାନ। ଏହି ଅବସରରେ ଚାନ୍ଦି ଉତ୍ସବ ପରିବାର ପକ୍ଷରୁ କୁହାଯାଇଛି ଯେ, ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ଦିନ।

ଏହି ଷ୍ଟୋର କେବଳ ଏକ ଜୁଏଲେରୀ ଦୋକାନ ନୁହେଁ, ବରଂ ଏକ ନୂଆ ଚିନ୍ତାଧାରା, ନୂଆ ଫ୍ୟାସନ ଏବଂ ନୂଆ ବ୍ୟବସାୟିକ ସ୍ୱପ୍ନର ଆରମ୍ଭ। ବର୍ତ୍ତମାନ ସମୟରେ ସୁନାର ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଅନେକ ଲୋକଙ୍କ ପାଇଁ ମନପସନ୍ଦର ଗହଣା କିଣିବା କଷ୍ଟକର ହୋଇପଡ଼ୁଛି। ଏହି ପରିସ୍ଥିତିରେ ରୂପାକୁ କେବଳ ପାରମ୍ପରିକ ଧାତୁ ଭାବରେ ନୁହେଁ, ବରଂ ଭବିଷ୍ୟତର ଏକ ନୂଆ ଗୋଲ୍ଡ ଭାବରେ ଲୋକଙ୍କ ସମ୍ମୁଖକୁ ଆଣିବା ହେଉଛି ଚାନ୍ଦି ଉତ୍ସବର ମୁଖ୍ୟ ଲକ୍ଷ୍ୟ।




