ଅନୁଗୋଳ: ଚଳିତ ମାସ ତାରିଖ ଠାରୁ ୨୩ ତାରିଖ ପର୍ୟ୍ୟନ୍ତ ୬ ତମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗିତା ପଶ୍ଚିମ ବଙ୍ଗ ର ଲିଛୁବେଗନ୍ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ପାଇଁ ଅନୁଗୋଳ ଜିଲ୍ଲା ରୁ ୩୦ ଜଣ ବାଳିକା ଓ ୪ ଜଣ ବାଳକ ଅଂଶ ଗ୍ରହଣ କରି ୭ ସ୍ୱର୍ଣ୍ଣ ୧୨ ରୌପ୍ୟ ୧୭ କାଂସ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ଅର୍ଜନ କରିଥିଲେ, ଉକ୍ତ ପ୍ରତିଯୋଗି ମାନଙ୍କୁ ଜିଲ୍ଳା ନିରୀକ୍ଷକ ଅଧିକରୀ ରାହୁଲ ଜୈନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ସମ୍ବର୍ଦ୍ଧିତ କରିଥିଲେ।

ଖେଳାଳି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି, ଉକ୍ତ ଖେଳାଳି ମାନଙ୍କୁ ଅନୁଗୋଳ ତାଇକଣ୍ଡୋ ସଂଘ ଅନୁଗୋଳ ର ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମର ନାଥଙ୍କ ତତ୍ୱାବଧାନରେ ପଶ୍ଚିମ ବଙ୍ଗ ଅଭିମୁଖେ ଯାତ୍ରା କରିଥିଲେ ବାଳିକା ବିଭାଗର କୋଚ୍ ସୁଚିତ୍ରା ପି ପଟ୍ଟନାୟ , ପ୍ରୀତମ କୁମର ସାହୁ, ମୁକେଶ ବେହେରା, ଅଞ୍ଜଳି ନାଥ ଖେଳାଳି ମାନଙ୍କ ଦାୟିତ୍ୱରେ ଯାଇଥିଲେ।



