ଜେ ଏସ୍ ଏସ୍ ରେ ସମ୍ବିଧାନ ଦିବସ ପାଳନ

ଅନୁଗୋଳ : କେନ୍ଦ୍ର ସରକାର ଙ୍କ କୌଶଳ ବିକାଶ ଓ ଉଦ୍ଦ୍ୟମିତା ମନ୍ତ୍ରଣାଳୟ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟାଳୟ ରେ ସଂସ୍ଥାନ ର ନିର୍ଦ୍ଦେଶକ  ସୌରୀ ରଞ୍ଜନ ପଣ୍ଡା ନେତୃତ୍ବରେ ସମ୍ବିଧାନ ଦିବସ ଦିବସ ପାଳିତ ହୋଇ ଯାଇଅଛି।ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲା ବାର ଆସୋସିଏସନ ର ଉପ ସଭାପତି  ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ରହି ସମାଜରେ ସମ୍ବିଧାନ ଦିବସ ପାଳନ ଆବଶ୍ୟକ ସମୟ ଅନୁସାରେ ତାରା ପରିବର୍ତ୍ତନ କରିବା ଆବଶ୍ୟକ ବିଷୟ ରେ ଆଲୋଚନା କରିଥିଲେ।

Advertisement

ଆଜି ସମାଜ ରେ ଛୋଟ ଛୋଟ କଥା ରେ ଯେଉଁ ପରି ଭାବରେ କଥା କଥା ରେ ଆଇନ୍ ର ପାଠ ପଢାଇ ମିଛ କଥା ଲୋକ ଙ୍କୁ ଦୁର୍ବ୍ୟବହାର କରିବା ସହ ଆଇନ୍ ର ମର୍ଯ୍ୟାଦା କ୍ଷୁଣ୍ଣ କରି ଆସୁଛନ୍ତି ସେଇ ପରି କରିବା ଦ୍ୱାରା ଆମର ଧୀରେ ଧୀରେ ପର ପିଢ଼ି ସମ୍ବିଧାନ ଉପରୁ ଭରସା ବିଶ୍ଵାସ ହରେଇ ବସିବେ ବୋଲି ନିଜର ମନ୍ତବ୍ୟ ପ୍ରଦାନ କରି ଥିଲେ।ଏହି କାର୍ଯ୍ୟକ୍ରମ ରେ ପାଖା ପାଖି 80 ଉର୍ଦ୍ଧ ପ୍ରଶିକ୍ଷାଥି ଭାଗ ନେଇ ଥିବା ବେଳେ କିଛି ସଫଳତା ସହ ପ୍ରଶିକ୍ଷଣ ନେଇ ସାରି ଥିବା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲାଜେ ଏସ୍ ଏସ୍ ର ସହ କାର୍ଯ୍ୟକାରୀ ଅଧିକାରୀ ଚିତ୍ତ ରଞ୍ଜନ ସାମଲ ସ୍ୱାଗତ୍ ଭାଷଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *