ବିଶ୍ୱ ଫିଜିଓ ଥେରାପୀ ଦିବସ ପାଳିତ,୨୫୦ ରୋଗୀଙ୍କ ନିଶୁଳ୍କ ଚିକିତ୍ସା

ଅନୁଗୋଳ: ଅନୁଗୋଳ ସହର ର ଉତ୍କଳ ନବଜୀବନ ମଣ୍ଡଳ ଠାରେ ଥିବା ଆରୋମିରା ଫିଯିଓ ଥେରାପୀ କ୍ଲିନିକ୍ ରେ ଆଜି ବିଶ୍ବ ଫିଜୋଇ ଥେରାପୀ ଦିବସ ପାଳିତ ହୋଇ ଯାଇଚି। ଏହି ଅବସରର କ୍ଲିନିକ୍ ପକ୍ଷରୁ ରୋଗୀ ମାନଙ୍କର ଏକ ମାଗଣା ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା।

Advertisement

ଏଥିରେ ୨୫୦ ଜଣ ରୋଗୀଙ୍କ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଫିଯୋଇଥେରାପିଷ୍ଟ୍ ଡାକ୍ତର ସନତ ନଲିନୀ ରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶିବିର ଆୟୋଜନ ହୋଇଥିଲା। ଏହାକୁ ଉତ୍କଳ ନବଜୀବନ ମଣ୍ଡଳର ସଭାପତି ଶିବରାମ ମିଶ୍ର ଓ ଉପ ସଭାପତ ମୁରଲୀଧର ମୁଳିଆ ପ୍ରଦୀପ ପ୍ରଜଜ୍ୱଳନ କରି ଆରମ୍ଭ କରିଥିଲେ। କାଯ୍ୟକ୍ରମ ରେ ଅନ୍ୟତମ ଫିଯୋଇଥେରାପିଷ୍ଟ ଡ଼ା ପ୍ରିୟଙ୍କା ପଣ୍ଡା, ଡ଼ା ଅନ୍ୱେଷା ଦାସ ମଧ୍ଯ ପରିଚାଳନାରେ ସହଯୋଗ କରିଥିଲେ।

ସେହିପରି ସହାଯୋଗ କରିଥିଲେ ରଶ୍ମିରେଖା ସାମଲ ଓ ଭୁବେଶ୍ୱର ଶ୍ରୀ ହସ୍ପିଟାଲ୍ ର ସତ୍ୟ ବ୍ରତ ମିଶ୍ର।ଏହା ଛଡା କ୍ଲିନିକ୍ ର ସମଷ୍ଟି କର୍ମ ଚାରି ଏଥିରେ ସକ୍ରିୟ ଭାବେ ସାମିଲ ହୋଇ ରୋଗୀ ସେବା ଯୋଗାଇବା ରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *