ଅସଲି ନାଁ ରେ ନକଲି ବେପାର , ଧରିଲା ସ୍ପେଶାଲ ସ୍କ୍ବାର୍ଡ

ଅନୁଗୋଳ ରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହେଉଛି। ପ୍ରଥମେ ନକଲି ତେଲ ଫିଲିଂ କାରଖାନା ପରେ ନକଲି ମସଲା ଆଉ ଏବେ ପୁଣି ନକଲି ସୁଖିଲା ଖାଦ୍ୟ ପୁଡ଼ିଆ ତିଆରି ଏକ କାରଖାନା କୁ ଠାବ କରିଛି ପୋଲିସ ସ୍ପେଶାଲ ସ୍କୁଡ଼। । ଅନୁଗୋଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ ଅନୁଗୋଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ପୋଲିସ ରାତି ଅଧିଆ ଛଡାଉ କରିଥିଲା।  ଚଢାଉ ବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ , ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରା ଯାଇଛି । ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୋଳ ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସଦଳବଳ ଚଢ଼ାଉ କରିଥିଲେ । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି

Leave a Reply

Your email address will not be published. Required fields are marked *