କରୋନା ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଗ୍ରାସ କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସଲମାନ୍ ନିଜେ ଏବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ଅଭିନେତା କବୀର ବେଦୀଙ୍କ ସହ ଫେସ୍ବୁକ୍ ଲାଇଭ୍ରେ ଆସି ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ, ଆମେ ଚାହୁଁଛୁ ଚଳିତବର୍ଷ ଇଦ୍ରେ ‘ରାଧେ’ ରିଲିଜ୍ ହେଉ। କିନ୍ତୁ ଯଦି ଲକ୍ଡାଉନ୍ ଜାରି ରହିଲା ତେବେ ହୁଏତ ଆସନ୍ତା ବର୍ଷକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସଲମାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ, ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସରକାରଙ୍କ ସମସ୍ତ କୋଭିଡ୍ ନିୟମଗୁଡ଼ିକୁ ପାଳନ କରନ୍ତୁ। ଏଭଳି କଲେ କରୋନା ଦୂରେଇ ଯିବ ଓ ଚଳିତବର୍ଷ ଇଦ୍ରେ ହିଁ ‘ରାଧେ’ମୁକ୍ତିଲାଭ କରିବ
Related Posts
ପରଲୋକରେ ବଲିଉଡ ଅଭିନେତା ବିକ୍ରମ ଗୋଖଲେ
ସ୍ଵର ବ୍ୟୁରୋ : ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର…
ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସହ ହୋଲି ଖେଳିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ରଙ୍ଗର ପର୍ବ ହୋଲି। କରୋନା କଟକଣା ଭିତରେ ସମଗ୍ର ଦେଶରେ ପାଳନ ହୋଇଛି ଏହି ଉତ୍ସବ । ପିଲାଠୁ ବୁଢ଼ା ଯାଏଁ ସମସ୍ତେ ହୋଲି ଖେଳରେ…
୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ଚଳଚିତ୍ର ବାବୁ ଭାଇଜାନ୍ ୬ ଓ କୋଟିଏରେ ଗୋଟିଏ ମନ କୁ ମିଳିଲା ୫ଟି ପୁରସ୍କାର ।
ଭୁବନେଶ୍ୱର : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍କଳ ମଣ୍ଡପରେ ପ୍ରଦାନ କରାଯାଇଛି। ଏହି ଅବସରରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ…