କଟକଣା ମଧ୍ୟରେ ଅନୁଗୋଳ ଜିଲ୍ଲାରେ ଖୋଲିଲା୧୬୫୪ଟି ଅଙ୍ଗନୱାଡି ।

ଆଜି ଠାରୁ ଖୋଲିଛି  ଅନୁଗୋଳ ଜିଲ୍ଲାର ର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର। କୋଭିଡ କଟକଣା କୁ ମାନି ସେଣ୍ଟର ଖୋଲିବାକୁ ସରକାର ଙ୍କ ପକ୍ଷରୁ SOP ଜାରି ହୋଇଛି ।କଟକଣାକୁ ମାନି ଆଜି ଠାରୁ ଖୋଲିଛି ଅଙ୍ଗନବାଡି କେନ୍ଦ୍ର। ଦୀର୍ଘ ୧୧ମାସ ପରେ ଖୋଲି ଥିବାରୁ ଅଭିଭାବକ ମହଲରେ ଖୁସିର ଲହରି ଖେଳି ଯାଇଛି।

Advertisement

ସକାଳୁ ଅଭିଭାବକମାନେ ନିଜ ନିଜ ପିଲା ମାନଙ୍କୁ ନେଇ କେନ୍ଦ୍ରରେ ପହଞ୍ଚି ଥିଲେ। ଅଙ୍ଗନବାଡି କର୍ମୀ, ସହାୟିକା ଓ ଅନ୍ୟ କର୍ମଚାରୀ ମାନେ ପୂର୍ବରୁ କେନ୍ଦ୍ରକୁ ସଫାସୁତୁରା କରି ଅପେକ୍ଷା କରିଥିଲେ। ପୂର୍ବ ପରି ପିଲା ମାନଙ୍କୁ ହସ, ଖେଳ ଓ ଗୀତ ମାଧ୍ୟମରେ ପାଠ ପଢ଼ାଇ ଥିଲେ। ସରକାରଙ୍କ ନିୟମ ଅନୁସାରେ ପିଲା ମାନଙ୍କୁ ସଠିକ ସମୟରେ ଖାଦ୍ୟ ଦେଇଥିଲେ। ଅନୁଗୋଳ ଜିଳାରେ ଆଜି ୧୬୫୪ଟି ଅଙ୍ଗନବାଡି ଖୋଲିଛି। ମୋଟ ୪୨ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନିୟମିତ ବ୍ୟବଧାନରେ କେନ୍ଦ୍ର ଗୁଡିକୁ ପରିଦର୍ଶନ କରି ବୁଝାସୁଝା କରୁଛନ୍ତି  ।

Leave a Reply

Your email address will not be published. Required fields are marked *