କୃଷି ପାଇଁ ଥିବା ଯୋଜନା କୃଷକ ପାଖରେ ପହଞ୍ଚାଇବ ଏଗ୍ରୀ ଏକ୍ସପୋ ।

କୃଷି ଓ କୃଷକର ବିକାଶ ପାଇଁ ଉଭୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ଯେଉଁ ଯୋଜନା ସମ୍ପର୍କରେ କୃଷକ ମାନକୁ ସଚେତନ କରିବା ସହ ବୈଜ୍ଞାନିକ ପ୍ରଣାନୀଳ ର କୃଷି  କରି କିଭଳି ଚାଷୀ ଟିଏ ଲାଭବାନ ହୋଇ ପାରିବେ ତାକୁ ନଜରେ ରଖି ଅନୁଗୋଳ ରେ ଆରମ୍ଭ ହୋଇଛି ଏଗ୍ରି ଏକ୍ସପୋ ।

Advertisement

ଅନୁଗୋଳ ଷ୍ଟାଡିୟମ ଠାରେ ଏହି  ଜିଲା ସ୍ତରୀୟ ୨ଦିନିଆ ଫଳ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ । ଆଜି ଏହା ଉଦଘାଟିତ ହୋଇ ଯାଇଛି। ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହଡା ବିଧାୟକ ମୁକେଶ ପାଲ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସପି ଜଗମୋହନ ମୀନା ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀରେ ୩୨ଟି ଷ୍ଟଲ କରାଯାଇଛି। କିଭଳି କୃଷକ ପାଖରେ ସବୁ ସୁବିଧା ପହଞ୍ଚିବ ଓ ଆଗମୀ ଦିନରେ କୃଷି କ୍ଷେତ୍ରରେ ଅଧିକ ଲୋକ ନିଜକୁ ସାମିଲ କରିବେ ତାର ଲକ୍ଷ ରଖାଯାଇଛି। ସମସ୍ତ ଯୋଜନା ର ସଫଳ ରୂପାୟନ କରି କୃଷକର ଉନ୍ନତି ପାଇଁ କାଯ୍ୟକରିବାକୁ ଅତିଥିମାନେ ମତ ଦେଇଛନ୍ତି।

ଉଦ୍ୟାନ ବିଭାଗ, କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ସମେତ ନାଲକୋ, ଜିନ୍ଦଲ ଓ ଅନ୍ୟ ସଂସ୍ଥା ଗୁଡିକ ଦ୍ୱାରା ଭେଳିକି ଭେଳି ଫୁଲ ଓ ଫଳ ପ୍ରଦର୍ଶନ କରା ଯାଇଛି। ରଙ୍ଗ ବେରଙ୍ଗ ଫୁଲର ସମ୍ଭାର ଦର୍ଶକଙ୍କୁ ବେସ ଆକୃଷ୍ଟ କରୁଛି। ଆଜି ପ୍ରଥମ ଦିନରୁ ହିଁ ବହୁ ସଂଖ୍ୟାରେ ଦର୍ଶକ ଭିଡ଼ ଜମାଇ ଥିଲେ ।

Leave a Reply

Your email address will not be published. Required fields are marked *