ଚାମୋଲି ହିମସ୍ଖଳନ: ୧୩୫ ନିଖୋଜ ବ୍ୟକ୍ତିଙ୍କୁ ‘ମୃତ’ ଘୋଷଣା କଲେ ସରକାର.

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନର ସମ୍ମୁଖୀନ ହୋଇ ଅଦ୍ୟାବଧି ନିଖୋଜ ଥିବା ୧୩୫ ଜଣ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମୃତ ଘୋଷଣା କରାଯାଇଛି। ଆଉ ଏହି ‘ମୃତ ଘୋଷିତ’ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉଦ୍ଦେଶ୍ୟରେ ସରକାର ନିଖୋଜ ବ୍ୟକ୍ତିମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଉତ୍ତରାଖଣ୍ଡ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଫେବ୍ରୁଆରି ୭ ତାରିଖରେ ଘଟିଥିବା ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ଲୋକଙ୍କୁ ମୃତ ବୋଲି ଘୋଷଣା କରିବାକୁ ଆଜି (ମଙ୍ଗଳବାର) ନିଷ୍ପତ୍ତି ନେଇଛି। ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ପ୍ରାରମ୍ଭିକ ୨୦୪ ଜଣଙ୍କ ମଧ୍ୟରୁ ସନ୍ଧାନ ଓ ଉଦ୍ଧାର କର୍ମଚାରୀ ୬୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୧୩୫ ଜଣ ଅଦ୍ୟାବଧି ନିଖୋଜ ଥିଲେ।

Leave a Reply

Your email address will not be published. Required fields are marked *