ଜଙ୍ଗଲ ନିଆଁ ରେ ପଡିଗଲା ଘର…

ଅନୁଗୋଳ :ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୫୦ ବଖରା  ଅସ୍ଥାୟୀ ଘର ଛାରଖାର କରି ଦେଇଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।ଶୁକ୍ରବାର କେହି ଦୁର୍ବୁତ୍ତ ଆମ୍ବପାଳ ଗ୍ରାମ୍ୟ କମିଟି ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଏହି ନିଆଁ ଧୀରେଧୀରେ ଉଗ୍ରରୂପ ଧାରଣ କରି ଗାଁ ମୁଣ୍ଡରେ ଥିବା ଘରେ ଲାଗିଥିଲା। ଗ୍ରାମବାସୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରି ନ ଥିଲେ। ପ୍ରବଳ ଖରା ହେଉଥିବାରୁ ନିଆଁ ପାଖକୁ ଯିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା। ଏଥିନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅନୁଗୋଳ ରୁ ଗୋଟିଏ ଓ ଛେଣ୍ଡିପଦା ୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *