ଜନସାଧାରଣ ଙ୍କୁ ତ୍ଵରିତ ନ୍ୟାୟ ଦେବା ବିଚାର ବ୍ୟବସ୍ଥା ର ଲକ୍ଷ ହେଉ- ଜଷ୍ଟିସ ଡ଼ ଏସ ମୁରଲୀଧର.

ଅନୁଗୋଳ ଜିଲା ଗ୍ରସ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି , ଜଷ୍ଟିସ ଡ଼ ଏସ ମୁରଲୀଧର ।ଜନସାଧାରଣ ଙ୍କୁ ତ୍ୱରିତ ନ୍ୟାୟ ଦେବା ଉଦେଶ୍ୟ ରେ ଅନୁଗୋଳ ରେ ପ୍ରତିଷ୍ଠା କରାଯାଇଛି ଆଉ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଦାଲତ। ଜିଲାର ବଅଁରପାଳ ଠାରେ ଏହି ଜଜ କୋଟ ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡ଼ ଏସ ମୁରଲୀଧର। ଏହି ଅବସରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର ସଭା ।

ନ୍ୟାୟାଳୟ ଜନସାଧାରଣ ଙ୍କୁ ନିରନ୍ତର ସେବା ଦେବା ସହ ଲୋକେ କିଭଳି ତ୍ୱରିତ ନ୍ୟାୟ ପାଇବେ ସେଥିପ୍ରତି ବିଚରା ବ୍ୟବସ୍ଥା ସହ ଜଡିତ ସମସ୍ତେ ଆଗେଇ ଆସିବାକୁ ମୁଖ୍ୟ ବିଚାରପତି ପତି ଆୟୋଜିତ ସଭାରେ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏସ ପି ଜଗମୋହନ ମିନା ବଅଁରପାଳ ଓକିଲ ସଂଘର ସଭାପତି , ସଂପାଦକ ଓ ଜିଲା ର ସମସ୍ତ ଅଦାଲତ ର ବିଚାର ପତି ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *