ଝରାଫୁଲ କୁ ନ୍ୟାୟ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରା ଫୁଲ  ଙ୍କୁ ହତ୍ଯାକରି ଫିଙ୍ଗିଦେବା ଘଟଣା , ଅପରାଧୀ ଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଶୁକ୍ରବାର ଭଞ୍ଜସେନା ପକ୍ଷରୁ ବାରିପଦା ରେ କ୍ୟାଣ୍ଡେଲ ଶୋଭାଯାତ୍ରା।

Advertisement

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା  ବୁନ୍ଦେଇପୋଷି ଗାଁ  ଝରାଫୁଲ ନାୟକ ।  ଭୁବନେଶ୍ୱର  ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ତାଙ୍କୁ ହତ୍ୟା କରି ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତା କଡରେ ଫୋପାଡି ଦିଆଯାଇଥିଲା। ଦୁଇଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ସିସିଟିଭି ଫୁଟେଜ ଦ୍ବାରା ଜଣାପଡିଥିଲା। ତେବେ ମୟୁରଭଞ୍ଜ ଝିଅ ଝରାଫୁଲ କୁ ନ୍ୟାୟ ଦେବା ସହ ଦୋଷୀ କୁ ଚିହ୍ନଟ କରି ଫାଶୀ ଦେବାକୁ ଦାବି କରିଛି ଭଞ୍ଜସେନା। ଜିଲ୍ଲାର ଅଣ ରାଜନୈତିକ ସଂଗଠନ ପକ୍ଷରୁ ଶୁ କ୍ରବାର ସନ୍ଧ୍ୟାରେ ଝାରଫୁଲ କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନ୍ୟାୟ ପାଇଁ ବାରିପଦା ବଡ ଜଗନ୍ନାଥ ମନ୍ଦିର ନିକଟରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି  ସହର ପରିକ୍ରମା କରିଥିଲା।ଏଥିରେ ବୋହୁ ସଂଖ୍ଯାରେ ଯୁବକ ଯୁବତୀ ଙ୍କ ସହ ଅନୁଷ୍ଠାନର ସଦସ୍ୟ ସାମିଲ ହୋଇଥିଲେ

Leave a Reply

Your email address will not be published. Required fields are marked *