ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ଆଶଙ୍କା ରେ ଶ୍ରମିକ, ପ୍ରତିବାଦରେ ବିକ୍ଷୋଭ

ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ଥିବା NTPC  ପରିଚାନା ଧୀନ ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକ ତେଜିଛି  ଶ୍ରମିକ ଆନ୍ଦୋଳନ ।  ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରମିକ ଅନୁଗୋଳ ଜିଲାପାଳଙ୍କ ଅଫିସ ଘେରାଉ କରିବା ସହ ପ୍ରତିବାଦ  କରିଛନ୍ତି ।

Advertisement

ଅନୁଗୋଳ ଷ୍ଟାଡିୟମରୁ ଶୋଭାଯାତ୍ରାରେ ଶ୍ରମିକମାନେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରିଥିଲେ । ପୁରୁଣା ପ୍ଲାଣ୍ଟ ଥିବା ଅବସ୍ଥାରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ପୁରୁଣା ପ୍ଲାଣ୍ଟକୁ ବନ୍ଦ କରିଦିଆଯାଏ ତେବେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରି ଚଳୁଥିବା  ହଜାର ହଜାର ଲୋକ ନିଜର ଜୀବିକା ହରାଇବେ। ଏଣୁ ଏହି ପ୍ଲାଣ୍ଟକୁ ଚାଲୁ  ରାଖୀ ନୂତନ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଶ୍ରମିକ ମାନେ ଦାବି  କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ସରକାର ବନ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରି ନୂଆ ପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ପୁରୁଣା ପ୍ଳାଣ୍ଟ ଚାଲୁ ରଖିବାକୁ ଶ୍ରମିକ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *