ପିଲା ଚୋର କହି ପୋଲିସ କୁ ପିଟିଲେ ଲୋକେ। ଅନୁଗୋଳ ଓ ଢେଙ୍କାନାଳ ଜିଲା ସୀମାନ୍ତ ବର୍ତ୍ତି ସଞ୍ଜପଡା ଗାଁ ରେ ଘଟିଛି ଘଟଣା । ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗାଁ ଲୋକ ପୁଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଥିଲେ। ଯାହାକୁ ନେଇ ଗାଁ ରେ ଦେଖାଦେଇଛି ଉତେଜନା ମୂଳକ ପରିସ୍ଥିତି। ଘଟଣା କୁ ନେଇ ଗାଁ ରେ ପୋଲିସ ମୁତୟନ ହେବା ପରେ ଗିରଫ ଭୟରେ ପୁରୁଷ ଲୋକେ ସବୁ ଲୁଚି ପଳାଇ ଥିଲେ। ଗତକାଲି ରାତିରେ ଅନୁଗୋଳ ଜିଲା ର ବଅଁରପାଳ ଥାନା ପୋଲିସ ଓ ଢେଙ୍କାନାଳ ଜିଲ୍ଲାର ର କଣ୍ଟାବାଣିଆ ଥାନା ପୋଲିସ ମିଳିତ ଭବେ ସାଧାପୋଷକରେ ସଞ୍ଜପଡା ଗାଁ କୁ ଯାଇଥିବା ବେଳେ ଲୋକେ ପିଲାଚୋର ସନ୍ଦେହ କରି ଗାଁ ଲୋକ ଏକାଠି ହେବା ସହ ମିଳିତ ଆକ୍ରମଣ କରିଥିଲେ ।
ଗାଁ ଲୋକଙ୍କ ଆକ୍ରମଣ ବେଳେ ସେମାନେ ପୁଲିସ ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ପରିସ୍ଥିତି ଅଣାୟତ ହେବାରୁ ଗାଁ ରେ ଅଧୁକ ଦୁଇ ପ୍ଲାଟୁନ ଫୋର୍ସ ପହଞ୍ଚି ଥିଲେ। ଲୋକଙ୍କ ଆକ୍ରମଣ ରେ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ଜିଲାର ବଅଁରପାଳ ଥାନା ବୋଉଳି ଗଡ଼ ଠାରେ ଥିବା IOCL ର ତେଲ ପାଇପ ଲାଇନ ରୁ କିଛି ଦୁବୁକ୍ତ ତେଲ ଚୋରା କରିଥିବା ଅଭିଯୋଗ ରେ ପୋଲିସ ଚୋର ଙ୍କୁ ଧରିବାକୁ ଗାଁ କୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଗତ କାଲିର ଘଟଣା ପରେ ପୋଲିସ ଆରମ୍ଭ କରିଛି ଗିରଫ ଦାରି । ବର୍ତମାନ ସୁଧା ୧୦ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ସବୁଠାରୁ ବଡ କଥା ହେଉଛି ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ କେତେଜଣ ପୋଲିସ କର୍ମଚାର ଘଟଣା ସ୍ଥଳ କୁ ଯାଇଥିଲେ ଓ ସେମାନେ ଆକ୍ରମଣ ର ଶିକାର ହୋଇ ଆହତ ହୋଇଛନ୍ତି ତାହା ମଧ୍ୟ ସଠିକ ଭାବେ ଜଣାପଡି ନାହିଁ