ଦିଲ୍ଲୀ: ନୂଆଦିଲ୍ଲୀର ସବ୍ଜି ମଣ୍ଡି ଅଞ୍ଚଳରେ ଭୁଶୁଡ଼ିଲା ୪ ମହଲା ବିଶିଷ୍ଟ କୋଠା । ଅନେକ ଲୋକେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ନର୍ଥ ଦିଲ୍ଲୀ ସ୍ଥିତ ପରିବା ମଣ୍ଡିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଦିଲ୍ଲୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୋଠା ତଳେ କାମ ଚାଲୁଥିବାରୁ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି, ସ୍ଥିତି ଉପରେ ପୂରା ନଜର ରଖିଛି ବୋଲି ଟୁଇଟ୍ କରି କହିଛନ୍ତି କେଜ୍ରିୱାଲ । ପ୍ରବଳ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି।
Related Posts
ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ, ସୁରକ୍ଷିତ ରହନ୍ତୁ ଓ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ
ଭୁବନେଶ୍ବର: ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ…
ସାଢ଼େ ୯ଟାରୁ ପହଣ୍ଡି,୪ଟାରେ ରଥଟଣା….ଜାଣନ୍ତୁ କଣ ରହିଛି ଏଥର ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ.
ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ୯ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର…
ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତ୍ତର
ଅନୁଗୋଳ: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଭାଲୁ ଆକ୍ରମଣ କରି ବୃଦ୍ଧାଙ୍କ ହାତ ଛିଡାଇ ଦେଇଥିବା ବେଳେ ଏବେ ସେ ଗୁରୁତ୍ତର ଅଛନ୍ତି । ଘଟଣା…