ଧର୍ମପତ୍ନୀଙ୍କ ସହ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପୁରୀ: ଆଜି ସକାଳ ୯ଟା ୧୦ ମିନିଟ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସ୍ବତନ୍ତ୍ର ହେଲିକେପ୍ଟରରେ ପୁରୀରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସେଠାରେ ଗଜପତି ମହାରାଜ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧିକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ମନ୍ଦିର ଭିତରେ ରହିଥିବା ଜଣାଯାଇଛି। ଏହାପରେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିରର ଯିବେ। ୯ଟା ୪୫ରେ ଶ୍ରୀମନ୍ଦିରରୁ ବାହାରି ପୁଣି ତାଳବଣିଆ  ରୁ ହେଲିକ୍ୟାପ୍ଟର ଯୋଗେ ଯାଇ  କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି । ପ୍ରାୟ ଅଧଘଣ୍ଟା ସୂର୍ଯ୍ୟମନ୍ଦିର ବୁଲିବା ପରେ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ସେଠାରୁ   ଭୁବନେଶ୍ଵର ଯାଇ ରାଷ୍ଟ୍ରପତି ଦିଲ୍ଲୀ ଫେରିଯାଇଛନ୍ତି ।

Leave a Reply

Your email address will not be published. Required fields are marked *