ଅନୁଗୋଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ । ୧୦୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ତାଙ୍କ କଂସମୁଣ୍ଡାସ୍ଥିତ ବାସ ବନରେ ପରଲୋକ ଘଟିଛି । ଶ୍ରୀ ପ୍ରଧାନ ୧୯୧୮ ମସିହା ଫେବୃଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ନିଧନରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀଭାବେ ବେଶ ସୁପରିଚିତ ଥିଲେ । ସେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଶିଷ୍ୟ ଭାବେ ପବିତ୍ର ମୋହନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେତେବେଳେ ପୋଲିସ ଇନ୍ସପେକ୍ଟର ଚାକିରି ପ୍ରତ୍ୟାଖାନ କରି ସ୍ଵାଧୀନତା ସଂଗ୍ରାମ ତଥା ପ୍ରାଜା ମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ନିଧନ ଖବର ସାଧାରଣରେ ଜଣାପଡିବାପରେ ତାଙ୍କ କଂସମୁଣ୍ଡା ସ୍ଥିତ ବାସଭବନକୁ ଜନ ସାଧାରଣ ସ୍ୱର୍ଗତ ସଂଗ୍ରାମୀଙ୍କ ଶେଷ ଦର୍ଶନ କରିବା ନିମନ୍ତେ ସୁଅ ଛୁଟିଛି । ଆସନ୍ତାକାଲି (ଶନିବାର) ତାଙ୍କ ଗାଁ କଂସମୁଣ୍ଡାରେ ତାଙ୍କ ଶେଷକୃତ୍ୟ କରାଯିବ ।
ପର ଲୋକରେ ଅନୁଗୋଳ ସ୍ଵାଧୀନତା ସଂଗ୍ରାମୀ
