ପାମୋଲିନ ଅପମିଶ୍ରଣ କରି ମାଲିକ ସମେତ ପାଞ୍ଚ ଗିରଫ ।

ନକଲି ପାମୋଲିନ କାରଖନା କରି ତେଲ ବକ୍ରୀ ଅଭିଯୋଗରେ ଅନୁଗୋଳ ଜିଲା ସଦର ଥାନା ପୋଲିସ ପାଞ୍ଚ ଜଣକୁ ଗିରଫ କରିଛି । ଏନେଇ ଜିଲା ପୋଲିସ ପକ୍ଷରୁ ଏକ ପ୍ରେସ ବିଘପ୍ତିରେ ସୂଚନା ଦିଆଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନିଜେ ମାଲିକ  ଶୁଭମ ଅଗରୱାଲ , ପ୍ରଭୁଦାୟାଲ ଅଗରୱାଲ ,କର୍ମଚାରୀ  ବିଷ୍ଣୁ ଚରଣ କର ,ଅବଦୁଲ ବରକତ ହୁସେନ , ଓ ଆଶିଷ କୁମାର ନାଥ । ଗତ ଦୁଇ ତଳେ  ପୁଲିସର ସ୍ପେଶିଆଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ସହର ଉପକଣ୍ଠ ଶରଧା ପୁର ଠାରେ ଥିବା  ନକଲି ପାମୋଲିନ ତେଲ କାରଖାନା କୁ ସିଲ  କରିଥିଲା । 

ଏହି ତେଲ କାରଖାନା ରୁ  ବିଭିନ୍ନ କମ୍ପାନିର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡ଼ା ଯାଉଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରିଥିଲା । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି  କାରଖାନା ରୁ ଆଠ ହଜାର ଲିଟର ତେଲେ ସହ ୫୬୬ ଟିଣ ସମେତ ବହୁ ପରିମାଣରେ ନକଲି ବ୍ରାଣ୍ଡ ର ଷ୍ଟିକର ଆଦି ଯବଦ କରାଯାଇଛି ।

ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା । ପରେ ବିଭିନ୍ନ କମ୍ପାନିର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି କମ୍ପାନିର କୌଣସି ପ୍ରକାର ସ୍ୱୀକୃତି ନଥିବା ବେଳେ ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା । ତେବେ ପ୍ରାୟ ୧ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ୍ କରିଥିଲା । ପରେ ପୁଣି ଏହି କମ୍ପାନି ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା ।

Leave a Reply

Your email address will not be published. Required fields are marked *