ଭୁବନେଶ୍ବର : ପାରାଦୀପ ଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପାରାଦୀପରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର ବ୍ୟୟ ଅଟକଳ ୧୦୬ କୋଟି ଟଙ୍କା ରଖାଯାଇଛି ।
୧୨୦ ଏକର ଜମିରେ ଏହି ପାର୍କ ନିର୍ମାଣ ହେବ । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ଏହି ପ୍ଲାଷ୍ଟିକ ପାର୍କ । ପାରାଦୀପ ବିଶୋଧନାଗାର କଂପ୍ଲେକ୍ସରୁ ଉତ୍ପାଦିତ ପୋଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର ହେବ । ପ୍ଲାଷ୍ଟିକର ଆମଦାନୀ ହ୍ରାସ କରିବାରେ ଏହା ସାହାଯ୍ୟ କରିବା ସହ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ସେହିପରି ଓଡିଶାରେ ସାମାଜିକ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ