ପୁଣି ଫେରିଲା ତାତି; ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି

ଭୁବନେଶ୍ୱର: ରାଜ୍ୟରେ ଗତ ପ୍ରାୟ ଏକ ସପ୍ତାହ ଧରି ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହବା ପରେ ଆଜି ପୁଣି ଲେଉଟିଛି ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୨.୧ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୪ ଡିଗ୍ରି ସେଲସିୟସ ରହିଥିଲା

Advertisement

Leave a Reply

Your email address will not be published. Required fields are marked *