ପୁରୀ ବାସଷ୍ଟାଣ୍ଡ ରେ ଅଘଟଣ ନିଆଁ ଲାଗି ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଜଳିଗଲା ୩ଟି ବସ। ଆଜି ସନ୍ଧ୍ୟା ରେ ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ୩ଟି ବସରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଗୋଟେ ବସ ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟ ଦୁଇଟି ବସ ଆଂଶିକ ଜଳିଥିବା ନେଇ ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇଁ ଅଗ୍ନିଶମ ବିଭାଗର ୪ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ।

Advertisement

Leave a Reply

Your email address will not be published. Required fields are marked *