ପେଟ୍ରୋଲ ଶେଷ ହେବା ଆଶଙ୍କା ! ତୈଳ ସଂରକ୍ଷଣ ପାଇଁ ସଚେତନତା .

ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂସ୍ଥା ତରଫରୁ ଆଜି ଅନୁଗୁଳରେ ଏକ ମହା ସାଇକଲ ରାଲିର ଆୟୋଜନ କରାଯାଇଥିଲା। ଅନୁଗୁଳ ଷ୍ଟାଡିଅମ ଠାରୁ ଏହି ସାଇକଲ ରାଲି ବାହାରି ତୈଳ ସଂରକ୍ଷଣ ସଚେତନତା ବାର୍ତା ବାଣ୍ଟି ସାରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନ୍ୟ ଅନୁଷ୍ଠାନର ହଜାର ହଜାର ସଦସ୍ୟ ଯୋଗ ଦେଇ ସାଇକଲ ଚଲାଇ ଥୁଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲକୋ ସିଏମଡି ଶ୍ରୀଧର ପ୍ରଧାନ, ନିର୍ବାହୀ ନିର୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ପୂର୍ବତନ ସାଂସଦ ରୁଦ୍ରନାରାୟନ ପାଣି ଓ ବିଜେପିର ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଆଇଓସିଏଲର ଜିଏମ ବାଣୀ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ସାରା ଦେଶରେ ୩୦୦ଟି ସ୍ଥାନରେ ଏହି ରାଲି କରା ଯାଉଥିବା ବେଳେ ଓଡ଼ିଶାରେ ୧୩ଟି ସ୍ଥାନରେ ଚାଲିଛି। ସେଥି ମଧ୍ୟରୁ ଅନୁଗୁଳରେ ଆୟୋଜିତ କରା ଯାଇଛି। ଦେଶରେ ପେଟ୍ରୋଲ ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ଆବଶ୍ୟକ। କାରଣ ଆଉ କିଛି ବର୍ଷ ପରେ ପେଟ୍ରୋଲ ଶେଷ ହେବାର ଆଶଙ୍କା ରହିଛି ବୋଲି ଅତିଥି ମାନେ କହିଥିଲେ। ଏହାପରେ ଅତିଥି ମାନେ ଉପସ୍ଥିତ ଅନ୍ୟ ମାନଙ୍କୁ ପେଟ୍ରୋଲ ସଂରକ୍ଷଣ ସମ୍ପର୍କରେ ଶପଥ କରାଇ ଥିଲେ।

Leave a Reply

Your email address will not be published. Required fields are marked *