ବାମ୍ଫ କରୋନା ସଂକ୍ରମଣକୁ ରୋକିପାରେ : ଆୟୁର୍ବେଦ ବିଶେଷଜ୍ଞ

ଭାରତରେ କରୋନା ମହାମାରୀର ୨ୟ ପର୍ଯ୍ୟାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକିଛି ହେବ ଦୈନିକ ସଂକ୍ରମଣ ୧ଲକ୍ଷରୁ ଅଧିକ ଟପିଛି। ଯାହା ସମସ୍ତ ସ୍ଥାନରେ ଭୟର ବାତାବରଣ ସୃଷ୍ଟି କରିଛି।ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩.୫୩ ନିୟୁତରେ ପହଞ୍ଚିସାରିଛି। କରୋନାର ୨ୟ ପର୍ଯ୍ୟାୟ ସଂକ୍ରମଣ ପରେ ଭାରତ ବ୍ରାଜିଲକୁ ପଛରେ ପକାଇ ଦେଇଛି। ବ୍ରାଜିଲରେ ୧୩.୪୫ ନିୟୁତ ଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୩.୫୩ ନିୟୁତକୁ ବୃଦ୍ଧି ପାଇଛି। କିଛିଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଅଧିକ ସଂକ୍ରାମକ ବୋଲି ଜଣାପଡିଛି। କରୋନାର ପ୍ରଥମ ପର୍ଯ୍ୟାୟ ଅପେକ୍ଷା ୨ୟ ପର୍ଯ୍ୟାୟ ଅଧିକ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଉଛି। ଚିକିତ୍ସା ଅପେକ୍ଷା ପ୍ରତିରୋଧ ଅଧିକ ଭଲ ବୋଲି କଥାରେ ଅଛି। କରୋନା କ୍ଷେତ୍ରରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ରୋଗର ଉପଶମ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ଆମ ଶରୀରରେ ଏହି ଭୂତାଣୁ ପ୍ରବେଶ କରିବା ପାଇଁ ସଂକ୍ରମଣରୁ ଦୂରେଇ ରହିବା ଅଧିକ ଭଲ। କରୋନା ସଂକ୍ରମଣ, ନାକ , ପାଟି ମାଧ୍ୟମରେ ଜଣେ ସଂକ୍ରମିତଙ୍କ ଠାରୁ ଅନ୍ୟକୁ ବ୍ୟାପି ଥାଏ। ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାବାର୍ତ୍ତା ହେବା ସମୟରେ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟାପିଥାଏ। ଏହି କାରଣରୁ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି।
ଗୁଜରାଟର, ସୁରଟ ଯୋଗି ଆୟୁର୍ବେଦ ହସ୍ପିଟାଲର ପ୍ରତିଷ୍ଠାତା ନୀଲେଶ ଯୋଗଲଙ୍କ ଦାବି ଅନୁଯାୟୀ, କୋଭିଡ-୧୯ ସଂକ୍ରମଣକୁ ଏଡାଇବା ପାଇଁ ନାକ ଦ୍ୱାରା ବାମ୍ଫ (ଷ୍ଟିମ) ନେବା ସବୁଠାରୁ ପ୍ରଭାବଶାଳୀ ଉପାୟ।
ଯୋଗଲଙ୍କ କହିବା ଅନୁଯାୟୀ, ଡାକ୍ତରଖାନାର ସମସ୍ତ କର୍ମଚାରୀ ଏହି ପଦ୍ଧତିକୁ ବ୍ୟବହାର କରନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ଏହାସହ କରୋନା ରୋଗୀଙ୍କ ସହ ସଂସ୍ପର୍ଶରେ ଆସିବା ପରେ ମଧ୍ୟ କରୋନାର କୌଣସି ଲକ୍ଷଣ ସେମାନଙ୍କ ଠାରେ ଦେଖାଯାଇ ନାହିଁ।
କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କୌଣସି ନିର୍ଦ୍ଦିଷ୍ଟ ଔଷଧ ଏହା ପାଇଁ ନଥିବାରୁ ଡାକ୍ତରଙ୍କ ପାଇଁ ଏହା ଖୁବ ଆହ୍ୱାନମୂଳକ ଥିଲା।
ଏହାପରେ ଆମେ ମେ ମାସରେ ସମଗ୍ର କର୍ମଚାରୀଙ୍କ ପାଇଁ ବାମ୍ଫ (ଷ୍ଟିମ) ଭଳି ଏକ ସରଳ ଉପାୟର ଅଭ୍ୟାସ ଆରମ୍ଭ କରିଥିଲୁ ବୋଲି ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି।ଡିସେମ୍ବର ୨୦୨୦ ସୁଦ୍ଧା, ୪ ହଜାରରୁ ଅଧିକ କରୋନା ରୋଗୀ ଏହି ଡାକ୍ତରଖାନାରେ ସଫଳତାର ସହ ଚିିକିତ୍ସିତ ହୋଇଛନ୍ତି। ଏହାସହ ଚିକିତ୍ସା ସମୟରେ ହସ୍ପିଟାଲର କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସହ କୌଣସି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି କିମ୍ବା କରୋନାର କୌଣସି ଲକ୍ଷଣ ସେମାନଙ୍କ ଠାରେ ଦେଖାଯାଏ ନାହିଁ।
ଏହି ପ୍ରକ୍ରିୟା ଅତ୍ୟନ୍ତ ସରଳ। ଏଥିରେ କେବଳ ନାକରୁ ସିଧା ବାମ୍ଫ ନେଇ ପାଟି ବାଟେ ଏହାକୁ ଛାଡିବାକୁ ପଡିବ। ନଚେତ ଏହାର ବିପରୀତ ଠିକ କରିପାରିବେ। ଦିନକରେ ଦଶ ଥର ଏହି ଉପାୟ କରିବା ସହ ୩ ମିନିଟ ଲେଖାଏଁ ଏହାକୁ କରିବାକୁ ପଡିବ।ସେ କହିଛନ୍ତି, ସୋସିଆଲ ମିଡିଆରେ ଏହି ପଦ୍ଧତିକୁ ଶେୟାର କରିଛନ୍ତି। ଷ୍ଟିମ ନେବା ପାଇଁ ମିଳୁଥିବା ଉପକରଣ ଖୁବ ଶସ୍ତା। ଏହାସହ ରୋଷଇ ଘରେ ବ୍ୟବହୃତ ବାସନକୁ ମଧ୍ୟ ବ୍ୟବହାର କରିପାରିବେ।
ଏହାସହ ସେ କହିଛନ୍ତି, ଯେଉଁ ସମୟରେ ଏହି ପଦ୍ଧତି ଆରମ୍ଭ କରିଥିଲେ, ଏହା ଏତେ ଫଳପ୍ରଦ ବୋଲି ସେ ଜାଣିନଥିଲେ। ଏହି ବାମ୍ଫ (ଷ୍ଟିମ) ଏକ ପ୍ରକାର ଚମତ୍କାର।
ଯେଉଁମାନେ ଏହି ଅଭ୍ୟାସକୁ କାର୍ଯ୍ୟକାରୀ କରିଛନ୍ତି, ସେମାନେ ନିଜକୁ କୋଭିଡ ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ ହେବା ସହ ସକରାତ୍ମକ ମତାମତ ଦେଇଛନ୍ତି। ଏହି ଉପାୟ କରୋନାକୁ ହରାଇବା ପାଇଁ ଖୁବ ସରଳ ଓ ସୁଲଭ ବୋଲି ସେ କହିଛନ୍ତି।କେତେକ ଡାକ୍ତର ମଧ୍ୟ ବିଶ୍ୱାସ କରନ୍ତି, ପ୍ରତ୍ୟେକ ବ୍ୟକ୍ତି ଦିନକୁ ୨ଥର ନିୟମିତ ବ୍ୟବଧାନରେ ମାତ୍ର ୩୦ ଦିନ ପାଇଁ ଏହି ଉପାୟ କଲେ ଖୁବ ଲାଭ ମିଳିବ। ଏହାକୁ ଅନୁଭବ କରିବା ପାଇଁ ଏହି ଉପାୟ ଆପଣାଇବା ଆବଶ୍ୟକ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *