ବିଶ୍ବାସ ନା ଭୟ ! ୨୦୦ ବର୍ଷ ପରେ ଗାଁ ରେ ହେଲା ଛାତଘର।

ଛାତ ଘର କାଳେ ଗାଁ କୁ ବିପଦ । ଗାଁରେ ଅନିଷ୍ଟ ହେବ।  ଗାଁ ଠାକୁରାଣୀ କୋପ କରିବେ । ଏମିତି ବିଶ୍ଵାସ ଭିତରେ  ସହ ସହ ବର୍ଷ ବର୍ଷ ହେବ  ରହିଆସୁଥିବା ଗାଁ ଲୋକଙ୍କ ବିଶ୍ବାସ ରୀ ହୋଇଛି ପରିବର୍ତନ । ଯେଉଁ ଗାଁ ରେ ଆଜି ଯାଏ ଛାତ ଘର ଟିଏ ନିର୍ମାଣ ହେଉନଥିଲା ଏବେ  ସେଇ ଗାଁ ରେ ଛାତ ଘର  ନିର୍ମାଣ ହୋଇଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ବେଲାଦୁଲା ଗାଁରେ ପ୍ରଥମଥର ଲାଗି ଛାତଘର ନିର୍ମାଣ ହୋଇଛି। ପ୍ରଶାସନ ସହ‌ଯୋଗରେ କୋଠଘର ଛାତ ପକାଯାଇଛି।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମପଞ୍ଚାୟତର ବେଲାଦୁଲା ଗାଁ। ଗାଁ ରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଛାତ ଘର ନ ଥିଲା। ଘରେ ଛାତ ପକାଇଲେ ଗାଁକୁ ବିପଦ ବୋଲି ଶହଶହ ବର୍ଷ ଧରି  ଏହି ବିଶ୍ବାସ ରେ ରହିଆସୁଥିଲେ । କନ୍ଧପଡ଼ା ନାଳ ଓ ମହାନଦୀର ମିଶ୍ରଣ ସ୍ଥଳରେ ଥିବା ମା ମାଉଳି ଠାକୁରାଣୀ କାଳେ କୋପ କରିବେ ସେଥିପାଇଁ  ବେଲାଦୁଲାର ବଡ଼ସାହି, ସାନସାହି ଓ ସୁଦସାହିର ଲୋକମାନେ ଘରେ ଛାତ ପକାଉ ନ ଥିଲେ। ଏପରିକି କୌଣସି ସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, କୋଠଘର, ଆବାସ ଗୃହର ମଧ୍ୟ ଛାତ ପଡି ପାରୁ ନ ଥିଲା। ଫଳରେ ସମସ୍ତ ସରକାରୀ ଯୋଜନାରୁ ଗ୍ରାମବାସୀ ବାଦ ପଡୁଥିଲେ l ଅନେକ ବୁଝାସୁଝା ପରେ ଶେଷରେ କନ୍ଧପଡ଼ା ପଞ୍ଚାୟତ ଅନୁଦାନ ଅର୍ଥରୁ ବେଲାଦୁଲା ଗାଁର ବଡ଼ସାହିରେ ଏକ କୋଠଘର ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ। ୩ ଲକ୍ଷ ଟଙ୍କାରେ ଏହି ଘର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଆଉ ଶେଷରେ ଗାଁରେ ଗ୍ରାମବାସୀଙ୍କ ସହଯୋଗରେ କୋଠଘର ଛାତ ପକାଯାଇଛି। ଗ୍ରାମବାସୀ ଏକାଠି ହୋଇ ଗାଁରେ ପୂଜାପାଠ କରିବା ପରେ ଏହି ଛାତପକା କାମ ଆରମ୍ଭ ହୋଇଥିଲା।  ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଛାତପକା କାର୍ଯ୍ୟ ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *