ବୃଦ୍ଧ ଦମ୍ପତି ଙ୍କ ମୃତ୍ୟୁ , କାରଣ ଅସ୍ପଷ୍ଟ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ଦମ୍ପତି ଙ୍କ ମୃତ୍ୟ !ଘରେ ସୋଇଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ମୃତ୍ୟୁ ହୋଇଥିବା  ଅନୁମାନ । ଅନୁଗୋଳ ଜିଲ ବିକ୍ରମପୁର  ଥାନା କର୍ଣପୁର ପଂଚାୟତ ସାନଜୋରଡା ଗାଁ ରେ ଘଟିଛି ଏହି ଦୁଃଖ ଘଟଣା ।ମୃତ ବୃଦ୍ଧ ଦମ୍ପତି ହେଲା ଦୁଃଖବନ୍ଧୁ ସାହୁ ଓ ତାଙ୍କ ସ୍ତ୍ରୀ ପଞ୍ଚାଲି ସାହୁ। ଉଭୟ ଘରେ ସୋଇଥିବା କୌଣସି କାରଣ ରୁ ବିଦ୍ୟୁତ ସଂସ୍ପର୍ଶରେ  ଆସିଥାଇ ପାରନ୍ତି କିମ୍ବା  ଶ୍ଵାସ  ରୁଦ୍ଧ  ହୋଇ ମୃତ୍ୟୁ  ବରଣ କରିଥିବା ଅନୁମାନ କରାଯାଉଛି । ରାତିରେ ସେମାନେ ଘରେ ସୋଇଥିବା ବେଳେ ସଖାଳୁ  ତାଙ୍କ ମୃତ ଦେହ ଘର ଭିତରୁ ଉଦ୍ଧାର ହୋଇଛି ।ଖବର ପାଇ ସ୍ଥାନୀୟ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣା ସ୍ଥଳରେ ରେ ପହଞ୍ଚି ସେମାନଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ। ମୃତ୍ୟୁର କାରଣ  କିଛିବି ସ୍ପଷ୍ଟ ହୋଇନାହିଁ

Advertisement

Leave a Reply

Your email address will not be published. Required fields are marked *