ବ୍ୟାଟେରୀ ଚାଳିତ ସ୍କୁଟିରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ.

ଅନୁଗୋଳ : ନାଲକୋ କୋଲୋନୀ ପରିସରରେ ଥିବା ପ୍ରଫୁଲ ମଲ୍ଲିକ ନାମକ  ଜଣେ  ବ୍ୟକ୍ତି ଙ୍କ କ୍ୱାର୍ଟର ବି-୧୧୮୧ ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ  ରାତିରେ  ସମସ୍ତେ ଶୋଇଥିବା ବେଳେ ଘର ସମୁଖରେ ଥିବା ଟିଣ ଘରେ ଏକ ବ୍ୟାଟେରୀ ଚଳିତ ଗାଡିକୁ ଚାର୍ଜରେ ବସାଇଥିଲେ । ଯେଉଁଥିରେ ନିଆଁ ଲାଗି ଘର ଭିତର ଓ ବାହାର କୁ ବ୍ୟାପୀ ଯାଇଥିଲା ଯେ ଯାହା ଆୟତ୍ତ କରିବା ସହଜ ନଥିଲା।

ଖବର ପାଇ ନାଲକୋ ଦମକଳ ବିଭାଗ ଆସି ନିଆଁ ଆୟତ୍ତ କରିଥିଲେ। ଘର ଭିତରେ ଥିବା  ଲକ୍ଷାଧିକ ଟଙ୍କାର ସମ୍ପତି ସହ ନିତ୍ୟ ବ୍ୟବହାର ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ମଲ୍ଲିକଙ୍କ କହିବା ଅନୁଯାୟୀ ପାଖାପାଖି ୬ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଯାଇଛି।

Leave a Reply

Your email address will not be published. Required fields are marked *