ଭାରତ-ଇଂଲଣ୍ଡ ୨ୟ ଦିନିକିଆ,ଇଂଲଣ୍ଡ କୁ ୩୩୭ ରନର ଟାର୍ଗେଟ ଦେଲା ଭାରତ.

ପୁଣେ : ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଦିନିକିଆରେ ଭାରତ ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ ରଖିଛି ।ଆଜି ଇଂଲଣ୍ଡ ଅଧିନାୟକ  ଇଅନ ମୋର୍ଗାନ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଗତ ମ୍ୟାଚରେ ୯୮ ରନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୪ ରନ କରି ଆଉଟ ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୫ ରନ କରିଥିବାବେଳେ ବିରାଟ ୬୬ ରନ କରିଥିଲେ । ତେବେ କେଏଲ ରାହୁଲଙ୍କ ଲଢୁଆ ଶତକ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ରାହୁଲ ୧୦୮ ରନ କରିଥିବାବେଳେ ପନ୍ତ ୭୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା 

Leave a Reply

Your email address will not be published. Required fields are marked *