ମହାରାଷ୍ଟ୍ର ଡାକ୍ତରଖାନାରେ ଅଘଟଣ,ଟ୍ୟାଙ୍କରରୁ ଅମ୍ଲଜାନ ଲିକ,୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ।

ନାଶିକ: ମଙ୍ଗଳବାର ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନା ବାହାରେ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ନାସିକ ସହରର ଜାକିର ହୁସେନ୍ ହସ୍ପିଟାଲରେ ଘଟିଛି। ଘଟଣା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଟ୍ୟାଙ୍କରରୁ ଖୁବ ଜୋରରେ ଅମ୍ଲଜାନ ଗ୍ୟାସ ବାହାରୁଥିବା ଦେଖିବାକୁ ମିଳିଛି।

ଦୀର୍ଘ ୩୦ମିନିଟ ପର୍ଯ୍ୟନ୍ତ ଅମ୍ଲଜାନ ଯୋଗାଣ ବନ୍ଦ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏନେଇ ଅମ୍ଳଜାନ ଆବଶ୍ୟକ କରୁଥିବା ୮୦ଜଣଙ୍କ ମଧ୍ୟରୁ ପ୍ରାୟ ୩୧ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହଠାତ ଅମ୍ଲଜାନ ଗ୍ୟାସ ଲିକ ହେବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଅମ୍ଲାଜାନ ଗ୍ୟାସ ଲିକକୁ ରୋକିଥିଲେ। କିନ୍ତୁ ସେତବେଳକୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

Leave a Reply

Your email address will not be published. Required fields are marked *