ମାତିଲେ ଦୁର୍ବୁକ୍ତ ,ଦିନ ଦ୍ଵିପ୍ରହରେ ଡିକି ଭାଙ୍ଗି ଲୁଟିନେଲେ ଟଙ୍କା

ଅନୁଗୋଳ ରେ ପୁଣି ମାତିଲେଣି ଡିକି ତଡା ଦୁର୍ବୁକ୍ତ । ଦିନ ବେଳେ  ଲୋକ ଙ୍କ ଡିକି ଭାଙ୍ଗି ଲୁଟି ନେଉଛନ୍ତି ଟଙ୍କା ।  ଜିଲ୍ଲା ଛେଣ୍ଡିପଦା ବ୍ଲକ ଛକରୁ ଆଜି ବାଇକରେ ପେଟ୍ରୋଲ ପକେଇବା ସମୟରେ ଡିକି ଖୋଲି ୩୮ ହଜାର ୩୦୦ଟଙ୍କା ଲୁଟି ନେଇ ଦୁବୃର୍ତ୍ତ ଚମ୍ପଟ ମାରିଛନ୍ତି।

ସୂଚନା ଅନୁସାରେ  ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମର ପ୍ରତାପ କୁମାର ସାହୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠେଇ ବ୍ଲକ ଛକ ରଞ୍ଜିତ କୁମାର ବେହେରାଙ୍କ ପେଟ୍ରୋଲ ଦୋକାନରେ ବାଇକରେ ପେଟ୍ରୋଲ ପକାଉ ଥିଲେ।ସେତିକି ବଲେ ଦୋକାନିକୁ ପେଟ୍ରୋଲର ଟଙ୍କା ଦେଉଥିବା ସମୟରେ ବ୍ୟାଙ୍କରୁ ପିଛା କରୁଥିବା ଦୁବୃର୍ତ୍ତ ପ୍ରତାପ  ସାହୁଙ୍କ ଡିକି ଖୋଲି ଟଙ୍କା ଥିବା ବ୍ୟାଗକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲେ । ଏନେଇ ପ୍ରତାପ ଛେଣ୍ଡିପଦା ଥାନା ରେ ଅଭିଯୋଗ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *