ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡିଛି ରଷିକିଆ ଚୋର । ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି। ଦିନରେ ନିଜକୁ ରଙ୍ଗମିସ୍ତ୍ରୀ କହି କାମ କରୁଥିଲା ଆଉ ରାତିରେ କରୁଥିଲା ଚୋରି। ୨୦୧୬ରୁ କମିଶନରେଟ ପୁଲିସର ମୋଷ୍ଟ ଓ୍ବାଣ୍ଟେଡ୍ ଲିଷ୍ଟରେ ଥିଲେ ମଧ୍ୟ ଧରାପଡୁନଥିଲା ହାଇ ପ୍ରୋଫାଇଲ ଚୋରର ଆଖ୍ୟା ପାଇଥିବା ରାଜଧାନୀର ଜଣେ ରଙ୍ଗମିସ୍ତ୍ରୀ ଦିଲୀପ। ଶେଷରେ ପୋଲିସ ହାତରେ ଧ୍ରାପଡିଛି ଏହି ଦୁରନ୍ଧର । ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ନୟାଗଡ଼ର ଦିଲ୍ଲୀପ ନାୟକ ଦୀର୍ଘ ୫ ବର୍ଷ ପରେଗିରଫ କରିଛି ପୁଲିସ।
ସୂଚନାଅନୁସାରେ କମିଶନରେଟ ପୁଲିସ ହାତରେ ଧରାପଡିଥିବା ଏହି ରଙ୍ଗମିସ୍ତ୍ରୀ ଜଣକ ଦିନରେ ରଙ୍ଗ କାମ କରିବା ଲୋକଙ୍କ ଘରେ ରାତିରେ କଳାକନା ବୁଲାଉଥିଲା । ଏମିତି ଢଙ୍ଗରେ ଚୋରି କରି ଲକ୍ଷପତି ସାଜିଥିବା ରଙ୍ଗମିସ୍ତ୍ରୀ ଦିଲ୍ଲୀପ କୁମାର ନାୟକ କୁ ଗିରଫ କରିଛି କମିଶନରେଟ ପୁଲିସ । ତେବେ ଦିଲ୍ଲୀପ କୁମାର ନୟାଗଡର ନୂଆଗାଁରୁ ଆସି ରାଜଧାନୀର ଶିଶୁପାଳଗଡରେ ରହୁଥିଲା ।ଗିରଫ ପରେ ତା ନିକଟରୁ ପୁଲିସ ୪୪ ହଜାର ଟଙ୍କା ସମେତ ୮ଟି ସୁନାଚେନ, ୭ଟି କାନଫୁଲ, ୪ଟି ମୁଦି, ୯ଟି ଚୁଡି, ରୂପା ଗହଣା ଜବତ କରିଛି । ବଡ ରଙ୍ଗିନ ମିଜାଜ୍,ବିଳାସପୂର୍ଣ୍ଣ ଜୀବନ ,ଗୋଟିଏ ଘରେ ରହୁଥିଲେ ଦୁଇ ପତ୍ନୀ, ଖୁସି କରିବାକୁ ଗିଫ୍ଟ ଦେଉଥିଲା ଲୁଟ୍ ସୁନା