ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସଂଗ୍ରହ କାମ ଜୋରସୋର ଆରମ୍ଭ ହୋଇଯାଇଛି। ଗତ ମାସରେ ଆରମ୍ଭ ହୋଇଥିବା ନିଧି ସଂଗ୍ରହ ଅଭିଯାନ ଜରିଆରେ ୧୦୦୦କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅନୁମାନ କରାଯାଉଛି ବୋଲି ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଟ୍ରଷ୍ଟର ପକ୍ଷରୁ ସୂଚନା ମିଳିଛି ।ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଚିବ ଚମ୍ପତ ରାୟ କହିଛନ୍ତି ଯେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ସମ୍ପ୍ରଦାୟର ଲୋକମାନେ ଉଦାର ଭାବରେ ଦାନ କରିଛନ୍ତି। ତିନୋଟି ଜାତୀୟକରଣ ବ୍ୟାଙ୍କରେ ଟ୍ରଷ୍ଟର ଆକାଉଣ୍ଟରେ ୧୦୦୦କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ପ୍ରାୟ ୧.୫୦ ଲକ୍ଷ ଭିଏଚପି କର୍ମକର୍ତ୍ତା ରାମ ମନ୍ଦିର ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। ସେହିପରି ୩୭ହଜାର ଲୋକ ଅଛନ୍ତି ଯେଉଁମାନେ କେବଳ ବ୍ୟାଙ୍କରେ ଏହି ଅର୍ଥକୁ ଜମା କରିବା ପାଇଁ କାମ କରୁଛନ୍ତି। ସୁଦୂର ଗ୍ରାମରୁ ଏହି କର୍ମକର୍ତ୍ତାମାନେ ପାଣ୍ଠି ଆଣି ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି । ସମସ୍ତ ସମ୍ପ୍ରଦାୟ ଜାନୁଆରି ୧୫ରେ ଆରମ୍ଭ ହୋଇଥିବା ପାଣ୍ଠି ସଂଗ୍ରହ ଅଭିଯାନକୁ ସମର୍ଥନ କରୁଛନ୍ତି। ରାମ ମନ୍ଦିର ଟ୍ରଷ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ଆକାଉଣ୍ଟ ଖୋଲିଛି।
ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ , ଟ୍ରଷ୍ଟ ଆକାଉଣ୍ଟରେ ଜମା ହେଲାଣି ୧୦୦୦କୋଟି.
![](https://theswara.in/wp-content/uploads/2021/02/ram_temple_.jpg)