ରାଷ୍ଟ୍ରୀୟ ଭାଷା ଅଭିଯାନ ର ସାଇକେଲେ ଶୋଭାଯାତ୍ରା

ରାଷ୍ଟ୍ରୀୟ ଭାଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ ଆଜି  ଅନୁଗୋଳ ରେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼.ପ୍ରସନ ପଟଶାଣୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପ୍ରଥମେ ବାଜି ରାଉତ ଛାତ୍ରାବାସ ପରିସରରେ ପହଞ୍ଚି ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସେମାନଙ୍କ ଅବଦାନ ସମ୍ପର୍କରେ ଅତିଥି ମାନେ ମନେ ପକାଇଥିଲେ। ଏହାପରେ ସେଠାରୁ ଏକ ସଚେତନତା ସାଇକଲ ରାଲି ବାହାରି ଥିଲା।

ଏହି ରାଲି ଅନୁଗୋଳ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳ ପରିକ୍ରମା କରି ଲୋକଙ୍କ ମଧ୍ୟରେ ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା। ଅପରାହ୍ନରେ ଏହି ରାଲି ତାଳଚେର ରାଜବାଟି ନିକଟରେ ପହଞ୍ଚି ଥିଲା। ବିଭିନ୍ନ ରାଜ୍ୟରେ ନିଜ ନିଜ ଭାଷାକୁ ବଞ୍ଚାଇ ରଖିବା ସହ କୋର୍ଟ କଚେରୀରେ ସମସ୍ତ ଶୁଣାଣି ଓ ଅନ୍ୟାନ୍ୟ ଲେଖା କେବଳ ନିଜ ରାଜ୍ୟର ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦାବି ନେଇ ଅନୁଷ୍ଠାନ ତରଫରୁ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିଛି। ତେଣୁ ଓଡିଶାରେ ମଧ୍ୟ ଓଡ଼ିଆ ଭାଷାର ବହୁଳ ପ୍ରଚଳନ ପାଇଁ ଅନୁଷ୍ଠାନର ଓଡିଶା ଶାଖା ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *