ଶିକାରୀର ଶିକାର ତାର ନେଉଛି ମଣିଷ ଜୀବନ !

ଅନୁଗୋଳ ଜିଲ୍ଲାରେ ଶିକାର ପାଇଁ ବିଛା ଯାଉଥିବା ବିଜୁଳି ତାର ନେଉଛି ଲୋକଙ୍କ ଜୀବନ ।  ଗତ ଦୁଇ ସପ୍ତାହ ତଳେ ନିଜେ ଶିକାର ପାଇଁ ବିଛାଇ ଥିବା ତାର ରେ ଲାଗି ଜଣେ  ଶିକାରୀ ର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି  ଶିକାର ପାଇଁ ବିଛା ଯାଇଥିବା ବିଜୁଳି  ତାରରେ ଲାଗି ଜଣେ ଚାଷୀ ଙ୍କ ମୃତ୍ୟୁ ହୋଇଛି । 

ଜିଲ୍ଲର ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଘଟିଛି ଘଟଣା । ବନାଞ୍ଚଳ ର ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମର ଚାଷୀ ମୋହନ ରାଜପୁତ ନିଜ ଚାଷ କ୍ଷେତରେ ପାଣି ଦେବାକୁ ଘରୁ ବିଲ କୁ ଯାଇଥିବା ବେଳେ  ସେଠାରେ  ଲଗାଯାଇଥିବା ଶିକାରୀ ର ବିଜୁଳି ତାର ରେ ଲାଗି ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଥିବା ସେ ଜାଣିପାରି ନଥିଲେ। ଫଳରେ ସେହି ଜିଆଇ ତାର ସଂସ୍ପର୍ଶରେ ଆସି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେଠାରେ ତାଙ୍କର ମୃତ ଦେହ  ପଡିଥିବାର ଦେଖିବାକୁ ପାଇଲେ।ଘଟଣାସ୍ଥଳରେ । ସୂଚନାଯୋଗ୍ୟ ଯେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ନିଜ ଘର ଉତ୍ତରପ୍ରଦେଶରେ ଝାନସି ଅଞ୍ଚଳରେ। ସେ ଦୀର୍ଘ ୭ ବର୍ଷ ହେବ ସେହି ଗ୍ରାମରେ ବିବାହ କରି ଶଶୁର ଘରେ ରହି ଚାଷ ବାସ କରୁଥିଲେ।ଖବର ପାଇ ବନ୍ତଳା ପୋଲିସ ଓ ଜଙ୍ଗଲ ବିଭଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନ ବିଭାଗ ଘଟଣା ସ୍ଥଳରେ ରେ ବିଛାଯାଇଥିବା ବିଜୁଳି ତାର ଜବଦ କରିଛି। ତେବେ କିଏ ସେ ଶିକାରି ଯେ ଶିକାର ପାଇଁ ତାର ବିଛାଇ ଥିଲା ତାହା ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *