
ସ୍ଵରବ୍ୟୁରୋ: ଅନୁଗୋଳ ସାତକୋଶିଆ ରେ ଥିବା ବାଘୁଣୀ ଏବେ ଫେରିଯିବ ମଧ୍ୟପ୍ରଦେଶ ବାଘୁଣୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ ।
ବାଘୁଣୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଇଛି । ଦୁଇ ବର୍ଷ ତଳେ ବାଘୁଣୀକୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ହେଲେ ସେଠାରେ ମଣିଷ ମାରିବା ପରେ ବାଘୁଣୀ କୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଏବେ ବାଘୁଣୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।