ସୁପ୍ରିମୋ ଙ୍କ ଘୋଷଣା କରୋନା ପାଇଁ ପିପିଲି ଉପନିର୍ବାଚନରେ ରାଲି କରିବନି ବିଜେଡି,

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଅଧିକ ସଙ୍ଗୀନ ହେଉଛି। ଏପରି ସ୍ଥିତିରେ ଆସନ୍ତାମାସ ୧୩ ତାରିଖରେ ହେଉଥିବା ପିପିଲି ଉପନିର୍ବାଚନରେ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର କରିବନାହିଁ ବିଜୁ ଜନତା ଦଳ। କୋଭିଡ ଭୟବହତା ଦୃଷ୍ଟିରୁ ପ୍ରଚାର, ଶୋଭାଯାତ୍ରା ଏବଂ ସଭା ସମ୍ମିଳନୀକୁ ବାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି  ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ନେତା, କାର୍ଯ୍ୟକର୍ତ୍ତାଙ୍କୁ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର ନକରିବାକୁ ପରାମର୍ଶ ଦେଇଛନ୍ତି ଦଳ ମୁଖିଆ ।

Advertisement

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଲେଖିଛନ୍ତି , ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି।

Leave a Reply

Your email address will not be published. Required fields are marked *