ହାଇୱେ ଦୁର୍ଘଟଣା ରେ ଆହତ ଙ୍କୁ ସହାୟତା କରିବ ‘ହାଇୱେ ପେଟ୍ରୋଲିଂ ଭ୍ୟାନ’ ।

ରାଜ ରାସ୍ତା ରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁ କୁ କମାଇବା ଉଦେଶ୍ୟ ରେ ସାରା ରାଜ୍ୟ ରେ ଆରମ୍ଭ ହୋଇଛି ହାଇୱେ ପେଟ୍ରୋଲିଂ ଭ୍ୟାନ । ଆଜି ସରକାର ଙ୍କ ପକ୍ଷରୁ ଏହି ସେବାର ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏହି ହାଇୱେ ପେଟ୍ରୋଲିଂ ଭ୍ୟାନ ର ଉଦଘାଟନ କରିଛନ୍ତି। ଅନୁଗୋଳ ଏସ ପି କଯ୍ୟାଳୟରେ ରେ ଏହି ଭ୍ୟାନ ଉଦଘାଟିତ ହୋଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର କଯ୍ୟକ୍ରମରେ ଆୟୋଜନ କରାଯାଇଥିବା ବେଳେ ଜିଲାପାଳ ସିଦ୍ଧାର୍ଥ ସ୍ୱାଇଁ , ଏସ ପି ଜଗମୋହନ ମିନା ଓ ଜିଲାର ହାଇୱେ ଉପରେ ଥିବା ସମସ୍ତ ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସାରା ରାଜ୍ୟରେ 36 ଟି ସ୍ଥାନରେ ଏହି ବ୍ୟବସ୍ଥା ର ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଜିଲା କୁ ଗୋଟିଏ ଭ୍ୟାନ ମିଲିଥୁବ ବେଳେ ଏହା  ୫୫ ଜାତୀୟ ରାଜପଥ ର  ଅନୁଗୋଳ  ଟାଉନ ଥାନା ଠାରୁ ଜରପଡା ଥାନା ମଧ୍ୟରେ ୨୪  ଘଣ୍ଟା କାଯ୍ୟକରିବ ଓ ଏଥିପାଇଁ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ ହେବେ ବୋଲି ଅନୁଗୋଳ ଏସ ପି ଜଗମୋହନ ମିନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *