ହାତୀ ଆକ୍ରମଣ ରେ ଗଲା ମହିଳା ଙ୍କ ଜୀବନ

ଅନୁଗୋଳ ଜିଲ୍ଲାର କଣିହାଁ ବନାଞ୍ଚଳ ର  ସାପକଟା ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ। ମୃତ ମହିଳା ଶୁଭା ପ୍ରଧାନ। ସେ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇ ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିଲା। ଖବର ପାଇ କଣିହାଁ ରେଞ୍ଜ କର୍ମଚାରୀ ମାନେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଥିଲେ। ଘଟଣା ଘଟଣା କୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସରକାରୀ ବ୍ୟବସ୍ଥା ଅନୁସାରେ ଯାହା କ୍ଷତିପୂରଣ ଦିଆଯିବା କଥା ତାହା ମୃତକ ପରିବାରକୁ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ଅଧିକାରୀ ମାନେ କହିବା ପରେ ଉତ୍ତେଜନା ଥମିଥିଲା।

Advertisement

Leave a Reply

Your email address will not be published. Required fields are marked *