୨ୟ ପାଳି କୋଭିଡ ଟିକାକରଣ ,ଟୀକା ନେଲେ ଜିଲ୍ଲାପାଳ, ଡି. ଆଇ.ଜି ଓ ଆରକ୍ଷୀ ଅଧିକ୍ଷକ .

ଅନୁଗୋଳ ଜିଲ୍ଲାରେ କୋଭିଡ ଟିକା୨ୟ ପାଳିର ପ୍ରଥମ ଦିବସରେ ଗୃହ, ନଗର ଉନ୍ନୟନ ବିଭାଗ ଓ ରାଜସ୍ୱ ବିଭାଗ ବିଭାଗର ସର୍ବମୋଟ ୭୧୧ଜଣ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଅଛି । ଆଜି ସକାଳେ  ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଥମେ ଏହି ଟିକା ଗ୍ରହଣ କରିଥିଲେ । ପରେ ପରେ ଡି. ଆଇ.ଜି ଡ଼ ସାର୍ଥକ ଷଢଙ୍ଗୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଏହି ଟିକା ଗ୍ରହଣ କରିଥିଲେ । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ବିଶ୍ରାମ ନେଇଥିଲେ । ଟିକାକରଣ ସରକାରଙ୍କ ଏକ ବଡ ପଦକ୍ଷେପ । ସୁଯୋଗ ମିଳିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଅନୁଗୋଳ ସହରାଞ୍ଚଳରେ ୧୦୫ ଜଣ, ଅନୁଗୋଳ ବ୍ଲକ ରେ ୬୭ , ଛେଣ୍ଡିପଦା ବ୍ଲକରେ ୧୩୮, କିଶୋର ନଗର ବ୍ଲକରେ ୬୦, ଆଠମଲ୍ଲିକ ବ୍ଲକରେ ୧୨୯,  ତାଳଚେର ବ୍ଲକରେ ୫୯ ଓ ପାଲଲହଡ଼ାରେ ୧୫୩ ଜଣ କର୍ମଚାରୀ ଟିକା ନେଇଛନ୍ତି । ଏହାସହିତ ୫୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହିସବୁ ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ସ୍ଥାନ ଚୟନ କରାଯାଇ  ପ୍ରତୀକ୍ଷା ସ୍ଥାନ, ଟିକାକରଣ କକ୍ଷ ଓ ଏକ ନିରୀକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଅଭୟ କୁମାର ଦାସ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବିଶ୍ୱ ରଞ୍ଜନ ରଥ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା  ଓ ଜିଲ୍ଲା ସ୍ତରୀୟ ପରିଚାଳନା କର୍ମକର୍ତ୍ତା ଟିକାକରଣ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ। ଆଜିର ଦିନରେ କୌଣସି ଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *