୨୦୨୧-୨୨ କେନ୍ଦ୍ରୀୟ ବଜେଟ , ଶସ୍ତା ହେବ ସୁନା ଓ ରୂପା !

ନୂଆ ଦିଲ୍ଲୀ-: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ସୀତାରମଣ ଆମଦାନି ଶୁକ୍ଲ ଓ କଷ୍ଟମ୍‌ସ ଡ୍ୟୁଟିରେ ବୃଦ୍ଧିରେ ଘଟାଇଛନ୍ତି। ଅର୍ଥମନ୍ତ୍ରୀଙ୍କର ଏହି ବଜେଟ ପ୍ରସ୍ତାବ ପରେ ଏଣିକି ରେଫ୍ରିଜରେଟର, ଏୟାର କଣ୍ଡିସନର, ଏଲଇଡି ଲାଇଟ୍‌ ଏବଂ ବହୁ ସଂଖ୍ୟାରେ ସାଧାରଣରେ ବ୍ୟବହୃତ ସାମଗ୍ରୀ ଯେପରିକି ମୋବାଇଲ୍‌ ଫୋନ୍‌ ଠାରୁ ଆରମ୍ଭ କରି ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଓ ପାର୍ଟସ୍‌ଗୁଡ଼ିକ ଏବେ ମହଙ୍ଗା ହୋଇଯିବ।କିନ୍ତୁ, ଅପରପକ୍ଷରେ ବ୍ୟୟବହୁଳ ଥିବା ସୁନା ଓ ରୂପା ଶସ୍ତା ହୋଇଯିବ। ଆସନ୍ତୁ ନଜର ପକାଇବା ଏଥର ର ବଜେଟ ଉପରେ

(୧) ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତନ କରିନାହାନ୍ତି ସରକାର । (୨)  ୭୫ ବର୍ଷରୁ ଅଧିକ ବୟସର  ବ୍ୟକ୍ତି , ପେନସନଭୋଗୀ ଏବଂ ସୁଧ ଏକମାତ୍ର ଆୟର ଉତ୍ସ ହୋଇଥିବା ଲୋକଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।
(୩) କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟକୁ ୧୩୭ ପ୍ରତିଶତ କୁ ବୃଦ୍ଧି , ସ୍ୱାସ୍ଥ୍ୟ ପାଇଁ  ବଜେଟରେ ୨ ଲକ୍ଷ ୨୩ ହଜାର କୋଟି ଟଙ୍କାର ବ୍ୟୟବରାଦ ।
(୪) କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ  ।
(୫) ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
(୬) ମୋଟ ଆତ୍ମନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।
(୭) ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
(୮) ଭାରତୀୟ ରେଳ ବିଭାଗ ପାଇଁ ରେକର୍ଡ ପରିମାଣର ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
(୯) ଗ୍ରାମାଞ୍ଚଳରେ ଭିତିଭୂମିର ବିକାଶ ପାଇଁ ୩୦ହଜାର କୋଟି ଟଙ୍କାରୁ ୪୦ ହଜାର କୋଟି ଟଙ୍କାକୁ ବଢାଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *