ଭୁବନେଶ୍ବର: ଏସଟିଏଫ୍ ଟିମ୍ ଦ୍ବାରା ଜଳେଶ୍ବରରୁ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ । ସୂଚନାନୁସାରେ ଏସଟିଏଫ୍ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ମାର୍କେଟରେ ଚଢାଉ କରାଯାଇଥିଲା। ସେଠାରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଥିଲା।
ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଲା ଜଳେଶ୍ବର ଥାନା ଅଞ୍ଚଳର ମମତାଜ୍ ଖାନ୍ , ଜଗତସିଂହପୁର ଥାନା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ । ଜବତ ବ୍ରାଉନସୁଗାରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।