ମୁଣ୍ଡଳିରେ ବଢିଛି ଜଳସ୍ତର; ସେକେଣ୍ଡ ପିଛା ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ

କଟକ: ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମୁଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ମୁଣ୍ଡଳି ଠାରେ ସୋମବାର ଅପରାହ୍ନ ୪ଟା ବେଳକୁ ସେକେଣ୍ଡ ପିଛା ୧୦ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ବନ୍ୟାଜଳସ୍ତର ଆହୁରି ଅଧିକ ବଢ଼ିବାର ଆଶଙ୍କା ରହୁଛି।

Advertisement

ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ଗତକାଲି ଠାରୁ ଜଳମଗ୍ନ ହୋଇଛି। ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି।  କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ଗତକାଲି ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି। ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି।

Leave a Reply

Your email address will not be published. Required fields are marked *