ଅନୁଗୋଳ ଜିଲ୍ଲାରୁ ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୧୦୪ରେ

ଅନୁଗୋଳ: ଶନିବାର ଅନୁଗୋଳ ଜିଲ୍ଲାରେ ୧୦୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୩୯ଜଣ ( ୨୧ଜଣ ପୁରୁଷ ଓ ୧୮ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୭ଜଣ ( ୧୦ଜଣ ପୁରୁଷ ଓ ୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୩ଜଣ ( ୭ଜଣ ପୁରୁଷ ଓ ୬ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୨ଜଣ (୭ ଜଣ ପୁରୁଷ ଓ ୫ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୧୧ଜଣ ( ୯ଜଣ ପୁରୁଷ ଓ ୨ଜଣ ମହିଳା), ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୪ଜଣ୩ ଜଣ ପୁରୁଷ ଓ ୧ଜଣ ମହିଳା), ଅନୁଗୋଳ ବ୍ଳକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ ଓ୧ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା) ଓ କଣିହାଁ ବ୍ଳକ୍ ଅଂଚଳରୁ ୨ଜଣ ( ୨ଜଣ ପୁରୁଷ) ଅଛନ୍ତି ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି ଆଜି ସୁଦ୍ଧା ୧୫ଲକ୍ଷ ୩୪ ହଜାର୯୪୪ଜଣଙ୍କୁ ଟିକା ଦିଆଗଲାଣି ୧୫ ରୁ ୧୮ ବର୍ଷ ବୟସ ପିଲା ୧୧୦୬ ଜଣ ଟୀକା ନେଇଥିବାବେଳେ Precaution ଡୋଜ୍ ୪୧୭ ଜଣ ରେଇଛନ୍ତି ।

Leave a Reply

Your email address will not be published. Required fields are marked *