ଅନୁଗୋଳ: ଅନୁଗୋଳ ସଭାଘର ନିକଟରେ ଚାଲିଥିବା ତିନିଦିନିଆ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ ହୋଇଛି । ଶାସ୍ତ୍ରୀୟ ନୃତ୍ୟର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଅନୁଗୋଳ ସଭାଘର ନୃତ୍ୟ ମଣ୍ଡପ । ବିଶିଷ୍ଟ କୁଚୁପୁଡି ନୃତ୍ୟଙ୍ଗନା ଏନ. ଶୈଳଜାଙ୍କ ନୃତ୍ୟ ସହ ଓଡିଶୀ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ । ତେବେ ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର ପ୍ରଧାନ । ତେବେ ନୃତ୍ୟ ସଙ୍ଗୀତରେ ରୁଚି ରଖିଥିବା ପ୍ରତ୍ୟେକ ଶିଶୁ ଓ ଯୁବ ପ୍ରତିଭାମାନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେମାନେ ଦକ୍ଷ କଳାକାର ହୋଇ ଦେଶର ଟେକ ରଖିବେ ବୋଲି ମୁଖ୍ୟ ଅତିଥି ନିଜର ମନ୍ତବ୍ୟ ରଖିଥିଲେ ।
![](https://theswara.in/wp-content/uploads/2023/12/02df0f57-8027-4e7b-b7f5-b29c791b29ae-1024x682.jpg)
![](https://theswara.in/wp-content/uploads/2023/12/4c4a8c42-e907-4749-b168-4d917e4caa96-1024x682.jpg)
![](https://theswara.in/wp-content/uploads/2023/12/4db89fe9-bb2f-4fa5-8b61-eea083df9e81-1024x682.jpg)
ଏଥିସହ ସମାରୋହରେ ଚେନ୍ନାଇର ବିଶିଷ୍ଟ କୁଚିପୁଡ଼ି ନୃତ୍ୟାଙ୍ଗନା ଏନ୍.ଶୈଳଜାଙ୍କୁ ସାତକୋଶିଆ ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କୁ ସାତକୋଶିଆ ଯୁବା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହରେ ଏନ୍ ଶୈଳଜାଙ୍କ କୁଚିପୁଡ଼ି, ସସ୍ମିତା ପଣ୍ଡାଙ୍କ ଓଡ଼ିଶୀ, ଭୁବନେଶ୍ୱର ଲଳିତ କଳାପୀଠ ପକ୍ଷରୁ ଦଳଗତ ଓଡ଼ିଶୀ ଏବଂ ନୃତ୍ୟ ନିଳୟ ପକ୍ଷରୁ ଓଡ଼ିଶୀ ବାଲେ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶୀତୁଆ ସନ୍ଧ୍ୟାରେ ଶତାଧିକ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
![](https://theswara.in/wp-content/uploads/2023/12/c337f989-91f1-46fd-895e-2c6a635f40b9-1024x682.jpg)