ଅନୁଗୋଳ : ସ୍ଥାନୀୟ ସଭାଘର ଠାରେ ଆଜି ସନ୍ଧ୍ୟାରେ ଦ୍ଵାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି।
ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମହୋତ୍ସବ ର
ମୁଖ୍ୟ ଗୁରୁ ସ୍ବପ୍ନାରାଣୀ ସିହ୍ନା ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସଫଳତା ର ଶିଖର ଛୁଇଁଛନ୍ତି ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟେନ୍ଦୁ ମହାନ୍ତି ସାତକୋଶିଆ ମହୋତ୍ସବ ର ସଫଳତା କାମନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ନୃତ୍ୟନୀଳୟ ର ଉପଦେଷ୍ଟା ହେମନ୍ତ କୁମାର ଦାଶ,ସଂସ୍ଥାର ସଭାପତି ଗୁରୁ ଅନିତା ସିଂହଦେଓ ପ୍ରମୁଖ
ଉପସ୍ଥିତ ଥିଲେ।
ସଂସ୍ଥାର ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା ଗତ ୧୨ ବର୍ଷ ଧରି ନୃତ୍ୟନୀଳୟ ର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ସମାରୋହରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ ଏବଂ ସ୍ଥାନୀୟ କଳାକାର ଶରତ ମାଝୀ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା ଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ମୁଖ୍ୟ ଅତିଥି ସାତକୋଶିଆ ସମ୍ମାନ ୨୦୨୪ ପ୍ରଦାନ କରିଥିଲେ।ଡ଼ା ଅଙ୍କିତା ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।ସମାରୋହରେ ଗୁରୁ ପ୍ରମିଳା ଦାସ ଓଡ଼ିଶୀ ଭୋକାଲ, ଛାନ୍ଦ, ଜଣାଣ ପ୍ରମୁଖ ଗାୟନ କରିଥିଲେ।ଏହାପରେ ଭୁବନେଶ୍ବର ତ୍ରିଧାରା ର ମୋକ୍ଷଦା ତ୍ରିପାଠୀ ଓ ପ୍ରଭୂତୋଷ ପଣ୍ଡା ଓଡ଼ିଶୀ ଯୁଗଳ ନୃତ୍ୟ, ଆକାଂକ୍ଷା ଦାଶ ଓଡ଼ିଶୀ ଏକକ ନୃତ୍ୟ,ନୃତ୍ୟ।ଙ୍କିତା ଭୁବନେଶ୍ବର ର ଆକାଂକ୍ଷା ଦାସ, ଗୁରୁ ସ୍ୱପ୍ନାରାଣୀ ସିହ୍ନl ଙ୍କ ଛାତ୍ରୀ ଗୋପଶ୍ରି ସାହୁ ଓ ଅନ୍ୱେଷା ପଟ୍ଟନାୟକ
ଓଡ଼ିଶୀ ଯୁଗଳ ନୃତ୍ୟ ଏବଂ ଶେଷରେ ନୃତ୍ୟ ନିଳୟ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।