ଅନୁଗୋଳ: ରବିବାର ଅନୁଗୋଳ ଜିଲ୍ଲାରେ ୧୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ୨୩ଜଣ(୧୩ଜଣ ପୁରୁଷ ଓ ୧୦ଜଣ ମହିଳା), ବଂରପାଳ ବ୍ଲକ୍ ଅଞ୍ଚଳରୁ ୩୮ଜଣ(୨୧ଜଣ ପୁରୁଷ ଓ ୧୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ୨୫ ଜଣ(୧୫ ପୁରୁ ଓ୧୦ଜଣ ମହିଳା) ତାଳଚେର ପୌରାଞ୍ଚଳରୁ ୧୩ଜଣ( ୯ ଜଣ ପୁରୁଷ ଓ୪ ଜଣ ମହିଳା) ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରୁ ୧୬ଜଣ(୧୧ଜଣ ପୁରୁଷ ଓ୫ ଜଣ ମହିଳା) , ପାଳଲହଡା ବ୍ଲକ୍ ଅଞ୍ଚଳରୁ ୭ଜଣ (୫ଜଣ ପୁରୁଷ ଓ ୨ ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳରୁ ୫ଜଣ ( ୩ଜଣ ପୁରୁଷ ଓ ୨ଜଣ ମହିଳା) ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ୨ ଜଣ (୨ ଜଣ ପୁରୁଷ) ଓ ଆଠମଲ୍ଲିକ ବ୍ଲକରୁ ୩ ଜଣ ( ୨ ଜଣ ପୁରୁଷ ଓ ୧ ଜଣ ମହିଳା) ଅଛନ୍ତି ।
ଲକ୍ଷଣଯୁକ୍ତ ଆକ୍ରାନ୍ତଂକୁ ନିଜ ଘରେ lsolation ରେ ରଖା ଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ସୁଦ୍ଧା୧୫ ଲକ୍ଷ ୩୬ହଜାର ୫୧୨ ଜଣଙ୍କୁ ଟିକା ଦିଆଗଲାଣି । ସେହିଭଳି ୧୫ ରୁ ୧୮ ବର୍ଷ ବୟସ ପିଲା ୬୨୫ ଜଣ ଟିକା ନେଇଥିବା ବେଳେ Precaution ୨୮୯ ଜଣ ନେଇଛନ୍ତି ।
ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।