ଅନୁଗୋଳ ଜିଲ୍ଲାରୁ ୧୩୯ଜଣ କରୋନା ପଜିଟିଭ ଚିହ୍ନଟ ।

ପଜିଟିଭ ସଂଖ୍ୟା ୪୫୫୩୩ରେ ପହଞ୍ଚିଲା – ସୁସ୍ଥ ହେଲେ ୨୨ଜଣ

ଅନୁଗୋଳ: ସୋମବାର  ଅନୁଗୋଳ ଜିଲ୍ଲାରେ ୧୩୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୨୯ଜଣ ( ୨୦ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୨୮ଜଣ ( ୧୬ଜଣ ପୁରୁଷ ଓ ୧୨ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୧ଜଣ ( ୧୫ଜଣ ପୁରୁଷ ଓ ୬ଜଣ ମହିଳା), ଛେଣ୍ଡିପଦା ବ୍ଳକ ଅଂଚଳରୁ ୧୭ଜଣ(୧୨ଜଣ ପୁରୁଷ ଓ ୫ଜଣ ମହିଳା), ଅନୁଗୋଳ ବ୍ଲକ ଅଂଚଳରୁ ୧୧ଜଣ ( ୭ଜଣ ପୁରୁଷ ଓ୪ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୧୧ଜଣ ( ୭ଜଣ ପୁରୁଷ ଓ ୪ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୮ଜଣ (୫ ଜଣ ପୁରୁଷ ଓ ୩ଜଣ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୫ଜଣ ( ୩ଜଣ ପୁରୁଷ ଓ ୨ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪ଜଣ ( ୩ଜଣ ପୁରୁଷ ଓ ୧ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) ଓ କିଶୋରନଗର ବ୍ଲକ୍ ଅଂଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା) ଅଛନ୍ତି । ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ଅନୁଗୋଳ ଜିଲ୍ଲାରୁ ୨୨ଜଣ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୧୫ଲକ୍ଷ ୪୦ ହଜାର ୬୨୬ଜଣଙ୍କୁ ଟିକା ଦିଆଗଲାଣି ।୧୫ ରୁ ୧୮ ବର୍ଷ ବୟସ ପିଲା ୧୬୬୫ ଜଣ କୋଭାକ୍ସିନ୍ ଟୀକା ନେଇଛନ୍ତି Precaution ଡୋକ ପାଇଁ ଆବଶ୍ୟକ କୋଭାସିଲୁ ଟୀକା ଆଜି ପହଂଚିଛି, ଆସନ୍ତାକାଲି ଠାରୁ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *