ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ବେପରର ମୁଖ୍ୟ ବୋଲାଉଥିବା ମହିଳା ଓ ତାର ସହଯୋଗୀକୁ ଗିରଫ କରିଛି ବିଭାଗ ।
ସୂଚନାନୁସାରେ ଜିଲ୍ଲାର ନାଲକୋ ଥାନା ଗିରାଙ୍ଗ ଅଞ୍ଚଳର ଜଣେ ମହିଳା ଝିଲି ସାହୁ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର କରି ଆସୁଥିଲା । ଏହା ଜାଣିବା ପରେ ଅବକାରୀ ବିଭାଗ ଝିଲିଙ୍କ ଉପରେ ନଜର ରଖିଥିଲା । ଝିଲି ଆଜି ବ୍ରାଉନସୁଗାର ନେଇ ବେପାର କରିବାକୁ ଯାଉଥିବା ସମୟରେ ବିକ୍ରମପୁର ଥାନା ମୁଣ୍ଡାସାହି ଠାରେ ତାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଝିଲି ନିକଟରୁ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାରକି ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ହେବ । ଘଟଣା ରେ ଅବକାରୀ ବିଭାଗ ଝିଲି ଓ ତାର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଛି ।